ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରିବେ ମୋଦି, ଦେଶବାସୀଙ୍କୁ ଦେବେ ଉଦ୍‌ବୋଧନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜିଠୁ ସାରା ଦେଶରେ ଲାଗୁ ହେବ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ୨୦୨୦ ଅଗଷ୍ଟ ୧୫ ରେ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ଅଭିଭାଷଣରେ ମୋଦି ଏହି ସ୍ୱାସ୍ଥ୍ୟ ମିଶନର ପାଇଲଟ୍‌ ପ୍ରକଳ୍ପ ଘୋଷଣା କରିଥିଲେ ।

ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ କୁହାଯାଇଛି ଯେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ଟାରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିବେ । ଏହାପରେ ସେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ।

Leave a Reply

Your email address will not be published. Required fields are marked *