୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୪୭୬୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୮୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୯ ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୭୩ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩ଜଣ, ଯାଜପୁର ଜିଲ୍ଲାରୁ ୨୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭ଜଣ, ନୟାଗଡ଼ ଜିଲ୍ଲାରୁ ୮ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୭ଜଣ, ରାୟଗଡ଼ା ଜିଲ୍ଲାରୁ ୯ଜଣ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ, ଷ୍ଟେଟ ପୁଲ୍‌ରୁ ୩୭ଜଣ ରହିଛନ୍ତି ।

Leave a Reply

Your email address will not be published. Required fields are marked *