ଓଡ଼ିଶା ଟାଇମ୍ ପ୍ରଭାବ: ଅପଡେଟ୍ ହେଲା ଏସ୍ଆର୍ସିଙ୍କ ଓ୍ବେବ୍ସାଇଟ୍, ମିଳିଲା ବାତ୍ୟା ଗୁଲାବ ପ୍ରସ୍ତୁତି ସମ୍ପର୍କିତ ସୂଚନା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ଉପରେ ପଡ଼ୁଥିବା ପ୍ରାକୃତିକ ବିପଦକୁ ସମ୍ମୁଖିନ ହୋଇ ତାହାର ସଫଳ ମୁକାବିଲା ପାଇଁ ଚେଷ୍ଟା କରୁଥିବା ରାଜ୍ୟ ରିଲିଫ୍ କମିଶନର ( ଏସ୍ଆର୍ସି)ଙ୍କ ଓ୍ବେବ୍ସାଇଟ୍ ତୁରନ୍ତ ଅପ୍ଡେଟ୍ ହୋଇଛି। ଦୀର୍ଘ ଦିନ ହେଲା ଏହାର ଅପ୍ଡେଟ୍ ହୋଇ ନଥିଲା। ଏପରିକି ବାତ୍ୟା ଗୁଲାବ୍ ରାଜ୍ୟ ସୀମାରେ ପଅ୍ରଭାବ ବିସ୍ତାର କରୁଥିବା ବେଳେ ଓ୍ବେବ୍ସାଇଟ୍ରେ ଏ ବାବଦରେ କୌଣସି ସୂଚନା ଦିଆଯାଇ ନଥିଲା। ଏନେଇ ଓଡ଼ିଶା ଟାଇମ୍ ପକ୍ଷରୁ ଏକ ରିପୋର୍ଟ ଆଜି ସକାଳେ ପ୍ରକାଶ ପାଇଥିଲା। ଏହାର ଜବାବରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ଏସ୍ଆର୍ସି।
ୟାଶ୍ରେ ଅଟକି ଯାଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର: ଗୁଲାବ୍ ସମ୍ପର୍କରେ ତଥ୍ୟ ନାହିଁ
ମୂଳ ପୃଷ୍ଠାରୁ ବାତ୍ୟା ୟାଶ୍ ସମ୍ପର୍କିତ ଟ୍ୟାବ୍କୁ ଉଠାଇ ଏବେ ବାତ୍ୟା ଗୁଲାବ ସମ୍ପର୍କିତ ତଥ୍ୟକୁ ଯୋଡ଼ା ଯାଇଛି। ଏଥିରେ ରାଜ୍ୟ ସରକାର ବାତ୍ୟା ଗୁଲାବ୍ ପୂର୍ବରୁ ଲୋକଙ୍କ ଧନ ଜୀବନ ରକ୍ଷା ପାଇଁ କି ପଦକ୍ଷେପ ନେଉଛନ୍ତି ତାହାର ବିସ୍ତୃତ ବିବରଣୀ ସଂଯୋଗ କରିଛନ୍ତି। ଏକ ପିଡିଏଫ୍ ଫାଇଲ୍ରେ ଏହି ସୂଚନା ଦିଆଯାଇଛି।