ଭୟଙ୍କର ଟ୍ରେନ୍ ଦୁର୍ଘଟଣା : ୩ ମୃତ, ୫୦ରୁ ଅଧିକ ଗୁରୁତର
ନ୍ୟୁୟର୍କ, (ଓଡିଶା ଟାଇମ୍): ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଅତି କମରେ ୩ ଜଣ ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆମେରିକାର ମୋଣ୍ଟାନାରେ ଏହି ଅଘଟଣ ଘଟିଛି ।
Getting reports of an Amtrak derailment near Havre, Montana. This is the Empire Builder that comes through Spokane on the way to Seattle. These pictures are from a passenger; working to get more info. pic.twitter.com/qCvx4I45mr
— Melissa Luck ☘ (@MelissaKXLY4) September 25, 2021
ସୂଚନାନୁସାରେ, ରବିବାର ଟ୍ରେନଟି ସେଟଲରୁ ସିକାଗୋ ଯାଉଥିଲା । ଏଥିରେ ୧୪୭ଜଣ ଯାତ୍ରୀ ରହିଥିଲେ । ଏହାସହ ୧୩ ଜଣ ଟ୍ରେନ୍ କର୍ମଚାରୀ ମଧ୍ୟ ଯାତ୍ରା କରୁଥିଲେ । ହଠାତ ଏହା ଟ୍ରାକରୁ ବାହାରକୁ ପଳାଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣାରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଏବେବି ଅନେକ ଯାତ୍ରୀ ଟ୍ରେନ୍ ଡବା ତଳେ ଚାପି ହୋଇ ରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।