ଅଧିବେଶନ ପୂର୍ବରୁ ବିଧାୟକ ଏବଂ କର୍ମଚାରୀଙ୍କ ହେବ RTPCR ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭାର ଅଧିବେଶନ ପୂର୍ବରୁ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ ।  ସକାଳ ୮.୩୦ରୁ ଆରମ୍ଭ ହୋଇ ୧.୩୦ରେ ପ୍ରଥମ ଓଳି ଟିକା ଦିଆଯିବାକୁ ଥିବା ବେଳେ ଅପରାହ୍ନ ୩ରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ କରୋନା ଟିକା ଦିଆଯିବା ନେଇ ସୂଚନା ଦିଆଯାଇଛି ।

ରାଜ୍ୟର ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ।  ଟିକା ନେଇ ନଥିବା ବ୍ୟକ୍ତି ବିଧାନସଭା ପରିସରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

Leave a Reply

Your email address will not be published. Required fields are marked *