ସାଂସଦ ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୁଦ୍ଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଡୁଆରେ କଟକ ସାଂସଦ ଭର୍ତ୍ତୃହରି ମହତାବ । ସାଂସଦଙ୍କ ସମେତ ପୁରା ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତିକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ସାଂସଦଙ୍କ ବ୍ୟତିତ ସ୍ବାମୀ ଲୋକରଞ୍ଜନ ମହତାବ ଏବଂ ଶାଶୂ ମହାଶ୍ବେତା ମହତାବଙ୍କ ବିରୁଦ୍ଧରେ ମଧ୍ୟ ମହିଳା ଥାନାରେ ଏତଲା ଦେଇଛନ୍ତି ସାକ୍ଷୀ । ଏହା ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ଏତଲରେ ଦର୍ଶାଇଛନ୍ତି ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ।

ଏ ନେଇ ଭୋପାଳ ମହିଳା ଥାନାରେ ଅଭିଯୋଗ କରିବା ସହିତ FIRରେ ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ଯୌତୁକ ନିର୍ଯାତନା ସହ ଶାରୀରିକ ଏବଂ ମାନସିକ ଭାବେ ପ୍ରତାରିତ କରାଯାଉଛି । ଏହା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି । ତାଙ୍କର ସମସ୍ତ ସ୍ତ୍ରୀଧନକୁ ମଧ୍ୟ ସେମାନେ ନେଇଯାଇଛନ୍ତି । ଏହାକୁ ନେବା ପାଇଁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।’

Leave a Reply

Your email address will not be published. Required fields are marked *