ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି
ମୁମ୍ବାଇ ,(ଓଡିଶା ଟାଇମ୍): ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏକ ଦୁର୍ଘଟଣାରେ ଆହତ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିନେତା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।
ମଙ୍ଗଳବାର ସେ ଟ୍ବିଟ୍ କରି କହିଛନ୍ତି ଯେ, ଏକ ଛୋଟ ଦୁର୍ଘଟଣାରେ ତାଙ୍କର ଶରୀରର ହାଡ଼ ଭାଙ୍ଗିଯାଇଛି। ସର୍ଜରୀ ପାଇଁ ତାଙ୍କ ବନ୍ଧୁ ଡା. ଗୁରୁଭା ରେଡ୍ଡୀଙ୍କ ସହ ସେ ହାଇଦ୍ରାବାଦ ଯାଉଛନ୍ତି। ତେବେ ଚିନ୍ତା କରିବାର କିଛି ନାହିଁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହିଛନ୍ତି। ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ପ୍ରକାଶ ରାଜ ହିନ୍ଦୀ, ତେଲୁଗୁ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ଜଣେ। ତାଙ୍କୁ ଶେଷଥର ପାଇଁ ‘ନବରସା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଆହୁରି ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି। ମେଜର, କେଜିଏଫ୍-୨, ପୁଷ୍ପା, ଅନ୍ନାତ୍ଥେ, ଦୁଶମନ, ସରକାରୁ ବାରି ପାଟା ଏବଂ ପୋନ୍ନିୟିନ ସେଲବମରେ ସେ ନଜର ଆସିବେ।
A small fall.. a tiny fracture.. flying to Hyderabad into the safe hands of my friend Dr Guruvareddy for a surgery. I will be fine nothing to worry .. keep me in your thoughts 😊😊😊🤗🤗🤗
— Prakash Raj (@prakashraaj) August 10, 2021