ଭୁବନେଶ୍ବର ସତ୍ୟ ସାଇ ଏନ୍କ୍ଲେଭ୍ ଅଞ୍ଚଳ କନଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଭୁବନେଶ୍ବର, (ଓଡିଶା ଟାଇମ୍): lଭୁବନେଶ୍ବର ଖଣ୍ଡିଗିରି ସ୍ଥିତ ସତ୍ୟ ସାଇ ଏନ୍କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସଂକ୍ରମଣ ମାତ୍ରା ବୃଦ୍ଧି ପାଇଥିବାରୁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ସେଠାରେ ଏକାଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଂପୃକ୍ତ ଅଞ୍ଚଳକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି BMC ।
ତେବେ ସେଠାରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ ଏବଂ ବାହାରୁ କୌଣସି ବ୍ୟକ୍ତି ସେଠାକୁ ପ୍ରବେଶ କରିପାରିବେ ନାହିଁ । ଏହା ସହିତ ସତ୍ୟ ସାଇ ଏନ୍କ୍ଲେଭରେ ରହୁଥିବା ସମସ୍ତ ଅଧିବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଡାକ୍ତରୀ ସେବା ଯୋଗାଇ ଦେବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଏହା ସହିତ ସଂପୃକ୍ତ ଅଞ୍ଚଳରେ ଥିବା ସମସ୍ତ ଅଫିସ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି ।