ସାରା ରାଜ୍ୟରେ ଗଡ଼ିବ ବସ୍
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କମୁଥିବା ସଂକ୍ରମଣ ନଜରରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ କୋହଳ କରିଛନ୍ତି । ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ ଜରିଆରେ ନୂଆ ଗାଇଡଲାଇନ୍ ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି । କାଲିଠାରୁ ଆସନ୍ତା ୨ ସପ୍ତାହ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ ହେବ । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ବସ୍ ଚଳାଚଳକୁ ସ୍ୱଭାବିକ କରିଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ଏବେ ଚଳାଚଳ କରିବ ବସ୍ । ବସ୍ରେ ରହିଥିବା ସିଟ୍ କାପାସିଟି ଅନୁସାରେ ଲୋକ ଯିବାକୁ ଅନୁମତି ଦିଆଯାଇଛି । କେବଳ ପୁରୀ ଜିଲ୍ଲାକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି । ବଜାର ଯେତିକି ସମୟ ଖୋଲିବ ସେହି ଅନୁସାରେ ଅଟୋ, ଟ୍ୟାକ୍ସି ଚାଲିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦିଆଯାଇଛି । ଏଥି ସହିତ ଅନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।