ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ, (ଓଡିଶା ଟାଇମ୍): ଆଡ଼ପ ମଣ୍ଡପରେ ଶ୍ରୀଜୀଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ନୀତିକାନ୍ତି । ଆଜି ଗୁରୁବାର ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ସମ୍ପାଦକ କରିବେ । କଳା, ଧଳା, ହିରୁତାଳ, ହିଙ୍ଗୁଳ ଆଦି ରଙ୍ଗରେ ମହାବାହୁଙ୍କ ଶ୍ରୀମୁଖ ସିଙ୍ଗାର କରାଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

Leave a Reply

Your email address will not be published. Required fields are marked *