କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହୁଙ୍ଗାର ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ରହିଥିଲା ପୁରସ୍କାର ରାଶି

ଛତ୍ତିଶଗଡ଼, (ଓଡିଶା ଟାଇମ୍): ଛତିଶଗଡର ସୁକମା ମାଓ କ୍ୟାମ୍ପରେ ମାତିଲା ମହାମାରୀ । କରୋନାରେ ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହେମଲା ହୁଙ୍ଗାର ମୃତ୍ୟୁ । ମେ ୨୦୧୩ରେ ଜିରାମ ଘାଟିରେ କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ହେମଲା ହୁଙ୍ଗା ଅଭିଯୁକ୍ତ ଥିଲା । ହୁଙ୍ଗା ଏପ୍ରିଲ ୨୦୧୯ ରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମଧ୍ୟ ଥିଲା ।

ଦାନ୍ତେଓ୍ୱାଡା ପୋଲିସ୍ ଅଧିକ୍ଷକ ଅଭିଷେକ ପାଲ୍ଲାଭ କହିଛନ୍ତି ଯେ ହେମଲା ହୁଙ୍ଗା ୧୯୯୭ମସିହାରୁ ମାଓବାଦୀ କାର୍ଯ୍ୟକଳାପ ସହ ଜଡିତ ଥିଲା । ଏହାସହ ଦର୍ବା ବିଭାଗର କମାଣ୍ଡର ଥିଲା । ସୂଚନା ଅନୁଯାୟୀ ଜୁଲାଇ ୧୨ରେ ସୁକମା ଜିଲ୍ଲାରେ ୬୨ବର୍ଷୀୟ ହେମଲା ହୁଙ୍ଗାଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ହେମଲା ହୁଙ୍ଗା ଉପରେ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଏଥିରୁ ଛତିଶଗଡ ପୋଲିସ ୧୦ଲକ୍ଷ ଟଙ୍କା ଓ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ପାଞ୍ଚ ଲକ୍ଷ ପୁରସ୍କାର ରାଶି ଘୋଷଣା ଥିଲା । ପୂର୍ବରୁ ସୂଚନା ଥିଲା କରୋନା ଛତିଶଗଡର ମାଓବାଦୀ କ୍ୟାମ୍ପରେ କାୟା ବିସ୍ତାର କରିବାରେ ଲାଗିଛି । ହେମଲା ହୁଙ୍ଗାଙ୍କ ସମେତ ଗତ ଏକ ମାସ ମଧ୍ୟରେ କରୋନା କାରଣରୁ ବସ୍ତରରେ ୬ ଜଣ ମାଓବାଦୀ ନେତାଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ହରିଭୂଷଣ ଏବଂ ତାଙ୍କ ପତ୍ନୀ ଶାରଦା ରହିଛନ୍ତି । ସରକାର ଉଭୟଙ୍କୁ ୫୦ଲକ୍ଷ ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *