ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

ବରଗଡ଼, (ଓଡିଶା ଟାଇମ୍): ବରଗଡ଼ରେ ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ । ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଭାର ତାଙ୍କ କାନ୍ଧକୁ ଯାଇଛି । ବୁଧବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ପରେ  ନିଜ ଦାୟିତ୍ବ ଗ୍ରହଣ କରିଥିଲେ ।

ଆଇନ ଶୃଙ୍ଖଳାକୁ ପାଳନ, ଅପରାଧକୁ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ ହେବ ବୋଲି ନୂତନ ଏସପି ରାହୁଲ ଜୈନ କହିଛନ୍ତି । ବିଗତ କିଛି ବର୍ଷ ହେବ ପୋଲିସର ଦକ୍ଷତା ଯୋଗୁଁ  ମାଓ ସମସ୍ୟା ଉପରେ ସଫଳତା ମିଳିଛି । ଏହି ସଫଳତାକୁ ଆଗେଇ ନେବା ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *