ବୋଲବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ବର, (ଓଡିଶା ଟାଇମ୍): ଗତବର୍ଷ  ଭଳି ଏ ବର୍ଷ ବି ବୋଲବମ୍‌ ଉପରେ ଲାଗିଲା କଟକଣା। କରୋନାର ତୃତୀୟ ଲହର ଆଶଙ୍କାକୁ ଦେଖି  ବୋଲବମ୍‌ରେ ଉପରେ କଣକଣା ଲଗାଇଲେ ରାଜ୍ୟ ସରକାର। ଏ ନେଇ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶାନାମା ଜାରି ହୋଇଛି। କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ବୋଲବମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।  କୌଣସି ଧାର୍ମିକ ସ୍ଥାଣରୁ  ଜଳ ଉଠାଇ ପାରିବେନି କାଉଡିଆ। ଏପରିକି ସର୍ବସାଧାରଣ ରାସ୍ତାରେ ପାଣି ଧରି କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇ ପାରିବେନି।

Leave a Reply

Your email address will not be published. Required fields are marked *