ସୋନିଆଙ୍କୁ ଭେଟିବାକୁ ଯାଇଥିଲେ, ପ୍ରିୟଙ୍କାଙ୍କୁ ଭେଟିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରବିବାର ନୂଆଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କୁ ଭେଟିଛନ୍ତି। ତେବେ ସେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ଲାଗି ତାଙ୍କ ଆବାସ ଯାଇଥିଲେ। ହେଲେ ସୋନିଆଙ୍କ ଅନୁପସ୍ଥିତିରେ ବାଘେଲ ପ୍ରିୟଙ୍କାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି।

ଛତିଶଗଡ ମେଣ୍ଟ ସରକାରରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଯାଇଛି। ଏଥିରେ ବାଘେଲ ଦଳୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ଏଣୁ ତାଙ୍କ ନିଷ୍ପତ୍ତି ହିଁ ଚୂଡାନ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ସରକାରରେ ସର୍ବଦା ଏପରି ହିଁ ହୋଇଥାଏ। ଏଣୁ ବୁଝାମଣା ଅନୁସାରେ ତାଙ୍କ ନେତୃତ୍ୱରେ ସରକାର ଏପର୍ଯ୍ୟନ୍ତ ଚଳି ରହିଛି। ଏବେ ହାଇକମାଣ୍ଡ ଯାହା ଚାହିଁବେ ତାହା ହିଁ ହେବ।

ଛତିଶଗଡରେ ଭୂପେଶ ବାଘେଲ ଓ ଟି.ଏସ୍.ସିଂଦେଓଙ୍କ ମଧ୍ୟରେ ଅଢେଇ ଅଢେଇ ବର୍ଷର ସରକାର ଲାଗି ପୂର୍ବରୁ ବୁଝାମଣା ହୋଇଥିଲା। ସେହି ଅନୁସାରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବାଘେଲ ପ୍ରଥମ ଅଢେଇ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି। ଏବେ ଦ୍ୱିତୀୟ କାର୍ଯ୍ୟକାଳ ନେଇ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ପୂର୍ବ ବୁଝାମଣା ଅନୁସାରେ ହୁଏତ ସିଂଦେଓ ବାକି କାର୍ଯ୍ୟକାଳ ଲାଗି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ବାଘେଲ ବୀରଭଦ୍ର ସିଂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶନିବାର ଦିଲ୍ଲୀ ଗସ୍ତରେ ଆସିଥିଲେ। ଛତିଶଗଡ ସରକାରରେ କଂଗ୍ରେସର ୩ ଚତୁର୍ଥାଂଶ ସଂଖ୍ୟାଗରିଷ୍ଠତା ରହିଛି। ତେବେ ବୁଝାମଣା ଅନୁସାରେ ବାଘେଲ ଏବେ ସିଂଦେଓଙ୍କୁ ସରକାର ଛାଡୁଛନ୍ତି କି ନା ଏବେ ତା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *