ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର, (ଓଡିଶା ଟାଇମ୍) : ପୂର୍ବତନ କୁଳପତିଙ୍କୁ ହତ୍ୟା । ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ  ଆକ୍ରମଣ କରିଥିଲା । ତେବେ ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ  ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମ ରେ ଭର୍ତ୍ତି କରାଯାଇଥିଲା ।  ତେବେ ଝାରସୁଗୁଡ଼ା ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ହତ୍ୟା ପଛର ଅସଲ ରହସ୍ୟ ଜଣାପଡି ନଥିବା ବେଳେ ଲଇକେରା ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Leave a Reply

Your email address will not be published. Required fields are marked *