ମହାମାରୀ ବିରୋଧରେ ଲଢିବା ପାଇଁ ଯୋଗ ଆଶାର କିରଣ ଦେଖାଇଛି
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଆଜି ଜୁନ୍ ୨୧, ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ସପ୍ତମ ବିଶ୍ୱ ଯୋଗ ଦିବସରେ ଏଥର ଥିମ୍ ରହିଛି ସୁସ୍ଥତା ପାଇଁ ଯୋଗ। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଗୁରୁତ୍ୱକୁ ଏଥର ଫୋକସ କରାଯାଇଛି। ବିଶେଷକରି ସାରା ବିଶ୍ୱ ଏବେ କୋଭିଡ ସଙ୍କଟ ଭିତରେ ଗତି କରୁଥିବା ବେଳେ ଏଥିରୁ ମୁକ୍ତି ଲାଗି ଯୋଗାଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଡିଛି l
ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯୋଗ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୨୦୧୪ ସେପଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘର ସାଧାରଣ ପରିଷଦରେ ଅଭିଭାଷଣ ରଖି ପ୍ରଥମେ ଯୋଗ ଦିବସ ପାଳନର ପ୍ରସ୍ତାବ ରଖିଥିଲେ। ପରେ ଏ ସମ୍ପର୍କିତ ଚିଠା ପ୍ରସ୍ତାବକୁ ୧୭୭ଟି ଦେଶ ସମର୍ଥନ ଜଣାଇଥିଲେ । ଏହାପରେ ୨୦୧୫ ଜୁନ୍ ୨୧ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା।
ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ସୁସ୍ଥ ରହିବା ପାଇଁ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ। ସେ କହିଥିଲେ, ମହାମାରୀ ବିରୋଧରେ ଲଢ଼େଇ ବେଳେ ଯୋଗ ଆଶାର ନୂଆ କିରଣ ଦେଖାଇଛି। ୨ ବର୍ଷ ହେଲା ସାରା ବିଶ୍ୱରେ କୌଣସି ଇଭେଣ୍ଟ ଆଅାୟୋଜନ ହୋଇନି
ମାତ୍ର କେହି ଯୋଗକୁ ଏପରି ସ୍ଥିତିରେ ଛାଡ଼ିପାରି ନାହାନ୍ତି। ମୋର ପ୍ରାର୍ଥନା ସବୁ ଦେଶ ଓ ଅଞ୍ଚଳବାସୀ ଯୋଗ କରି ସୁସ୍ଥ ରୁହନ୍ତୁ। ଏପରିକି ମେଡିକାଲ ସାଇନ୍ସ ବି ଯୋଗର ଉପକାରିତା ସ୍ୱୀକାର କରିଛି।
ଡାକ୍ତର ଚିକିତ୍ସା କରିବା ବେଳେ ସମସ୍ତଙ୍କୁ ଯୋଗ ପାଇଁ କହୁଛନ୍ତି ।