ଭୁଶୁଡି ପଡିଲା କୋଠା, କଂକ୍ରିଟ୍ ତଳେ ଚାପି ହୋଇ ରହିଛନ୍ତି ଅନେକ !
ରାଉରକେଲା, (ଓଡିଶା ଟାଇମ୍): ଭୁଶୁଡି ପଡିଲା କୋଠା ଘର । ଅନେକ ଲୋକ ଚାପି ହୋଇ ରହିଥିବା ସନ୍ଦେହ । ନୟାବଜାର ଅଞ୍ଚଳରେ ଏହି କୋଠାଟି ଭୁଶୁଡି ପଡିଛି ।
ସୂଚନା ଅନୁସାରେ, ନୟବଜାର ଅଞ୍ଚଳରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡିଛି। କୋଠାର କଂକ୍ରିଟ ଇଟା ତଳେ କିଛି ଲୋକ ଚାପିହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।