ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ମାଲକାନାଗିରି, (ଓଡିଶା ଟାଇମ୍): ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି ।

ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧  ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରହିଛି। ୭ ନିଖୋଜଙ୍କ ମଧ୍ୟରୁ ୨ ଜଣ ଗୁଣ୍ଠାଓ୍ୱାଡ଼ା ଗାଁର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗାଁର ବୋଲି ଜଣାଯାଇଛି। ପ୍ରକାଶ ଥାଉକି ତେଲେଙ୍ଗାନା ସାଙ୍ଗରେଡଡି ଜିଲ୍ଲାକୁ ଇଟା ଗଢ଼ିବାକୁ ଯାଇଥିଲେ ଏମାନେ।

Leave a Reply

Your email address will not be published. Required fields are marked *