ମେ’ ୫ରୁ ଆଇସିଏସଇ ଦଶମ ବୋର୍ଡ , ଏପ୍ରିଲ ୮ରୁ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆସନ୍ତା ମେ’ ୫ତାରିଖରୁ ଆଇସିଏସଇ(ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ) ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଇସିଏସଇ କାଉନସିଲ୍ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି।

ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ’ ୫ରୁ ଆରମ୍ଭ ହୋଇ ଜୁନ୍ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୮ରୁ ଜୁନ୍ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଦଶମ ପରୀକ୍ଷା ସକାଳ ୯ଟା ଓ ୧୧ଟାରେ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉଭୟ ସକାଳ ୯ଟା ଓ ଅପରାହ୍ନ ୨ଟାରେ ହେବ ବୋଲି ଜଣାପଡ଼ିଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ସ୍କୁଲଗୁଡ଼ିକ ଏହି ପରୀକ୍ଷା କରାଇବେ।

Leave a Reply

Your email address will not be published. Required fields are marked *