କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସୋମବାରଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ସକାଳ ୯ଟାରୁ ଆରମ୍ଭ ହେବ । ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ କୋଭିଡ୍ ଟିକା ନେବେ । ଅର୍ଥାତ ବରିଷ୍ଠ ନାଗରିକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯିବ । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାକସିନର ପ୍ରଥମ ଡୋଜ୍ ନେଇଛନ୍ତି  । ଏନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟିକା ନେବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀର ଏମ୍ସରେ ସେ ଟିକା ନେଇଛନ୍ତି । କରୋନା ମହାମାରୀରେ ଯେପରି ଭାବେ ଡାକ୍ତର ଓ ବୈଜ୍ଞାନିକମାନେ ଲଢେଇ କରିଛନ୍ତି ତାହା ଭୁଲି ହେବନାହିଁ । ଏହା ପ୍ରଶଂସାଯୋଗ୍ୟ । କମ୍ ସମୟରେ ଯେପରି ଟିକା ବାହାରିଛି ତାହାର ଶ୍ରେୟ ଡାକ୍ତର ଓ ବୈଜ୍ଞାନିକଙ୍କ ନିକଟକୁ ଯିବ । ଏହାସହ ସମସ୍ତେ ଭାକିସନ୍ ନେଇ କରୋନା ବିରୋଧୀ ଲଢେଇରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।

ବରିଷ୍ଠ ନାଗରିକଙ୍କ ବ୍ୟତୀତ ଅନେକ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ମଧ୍ୟ ଟିକା ନେଇପାରିବେ । ଟିକାକରଣ ପାଇଁ କୋଭିନ୍ ୨.୦ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାସହ କେନ୍ଦ୍ର ସରକାର କୋଭିନ୍ ୨.୦କୁ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *