ଭିସୁଟ୍ ଶଟ୍‌ ଡାଉନ୍

ବୁର୍ଲା, (ଓଡିଶା ଟାଇମ୍) :ଶଟ୍‌ ଡାଉନ୍ ଘୋଷଣା ହେଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ (ଭିସୁଟ୍)। କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲା ସ୍ଥିତ ଭିସୁଟ୍‌କୁ ଶଟ୍‌ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖାଯାଇଛି।

ଭିସୁଟ୍‌ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ସେଗୁଡ଼ିକ ହେଉଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରା।

କଣ୍ଟେନମେଣ୍ଟ ଓ ବଫର୍ ଜୋନରେ ସବୁ ଦୋକାନ ବନ୍ଦ ରହିବ। ଉଭୟ ଜୋନରେ ଜରୁରୀ ସାମଗ୍ରୀ ସମ୍ବଲପୁର ମହାନଗର ନିଗମ ପହଞ୍ଚାଇବ। ସେହିପରି ଏଠାରେ ଥିବା ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ଏହି ଅଞ୍ଚଳରେ ରହୁଥିବା ସମସ୍ତ ଲୋକ ମାସ୍କ ପିନ୍ଧିବାକୁ ବାଧ୍ୟ। ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳକ। ଏସବୁ କଟକଣାର ତଦାରଖ କରିବା ପାଇଁ ବୁର୍ଲା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *