ଭାରତର ପ୍ରଥମ ଖେଳନା ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳନା ମେଳା ୨୦୨୧ ଉଦଘାଟନ କରିଛନ୍ତି। ସ୍ବଦେଶୀ ଖେଳନାକୁ ପ୍ରାତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ମେଳା ୪ ଦିନ ଯାଏଁ ଚାଲିବ। ମୋଦି କହିଛନ୍ତି ଏହି ପ୍ରଥମ ଖେଳନା ମେଳା କେବଳ ବ୍ୟବସାୟିକ ଏବଂ ଆର୍ଥିକ କାର୍ଯ୍ୟକ୍ରମ ନୁହେଁ ବରଂ ଦେଶର ପୁରାତନ ଖେଳ ଓ ସଂସ୍କୃତିକୁ ମଜବୁତ କରିବା ଏହାର ଉଦ୍ଦେଶ୍ୟ।

ମୋଦି କହିଛନ୍ତି,”ଆପଣମାନଙ୍କ ସହ କଥା ହୋଇ ଜଣାପଡ଼ିଛ ଇଯଏ ଆମ ଦେଶର ଖେଳନା ଉଦ୍ୟୋଗରେ କେତେ ବଡ ଶକ୍ତି ଲୁଚି ରହିଛି। ଏହି ଶକ୍ତିକୁ ବଢାଇବା, ଏହାର ପରିଚୟ ବଢାଇବା, ଆତ୍ମନିର୍ଭର ଭାରତ ଅଭିଯାନର ବହୁତ ବଡ ଅଂଶ। ଯେଉଁ ଶତରଞ୍ଜ ଦୁନିଆରେ ଆଜି ଏତେ ଲୋକପ୍ରିୟ ତାହା ଆଗରୁ ଚତୁରଙ୍ଗ ବା ଚାଦୁରଙ୍ଗ ଭାବେ ଭାରତରେ ଖେଳ ଯାଉଥିଲା। ଏବେ ଯାହାକୁ ଆପଣମାନେ ଲୁଡୁ କହୁଛନ୍ତି ତାହା ଆଗରୁ ପଚ୍ଚିସି ଥିଲା। ଆମ ଧର୍ମ ଗ୍ରନ୍ଥରେ ବି ବାଲ୍ୟ ରାମଙ୍କ ପାଇଁ ଅନେକ ଖେଳନାର ବର୍ଣନା ରହିଛି। ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଓ ଇକୋ ଫ୍ରେଣ୍ଡଲି ସାମଗ୍ରୀରେ ତିଆରି ହୁଏ, ଏଥିପାଇଁ ବ୍ୟବହୃତ ହେଉଥିବା ରଙ୍ଗ ବି ପ୍ରାକୃତିକ ଏବଂ ସୁରକ୍ଷିତ।”

ମୋଦି ନିଜର ସମ୍ବୋଧନରେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ କବିତାର ପଂକ୍ତି ଦୋହରାଇଛନ୍ତି। ସେ କହିଛନ୍ତି, “ଗୋଟିଏ ଖେଳନା ଶିଶୁଙ୍କ ଖୁସି ଅନନ୍ତ ଦୁନିଆକୁ ନେଇଯାଇଥାଏ। ଖେଳନାର ଗୋଟିଏ ଗୋଟିଏ ରଙ୍ଗ ଶିଶୁଙ୍କ ଜୀବନରେ ଅନେକ ରଙ୍ଗ ଭରି ଦେଇଥାଏ।”

Leave a Reply

Your email address will not be published. Required fields are marked *