କଟକର ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ, (ଓଡିଶା ଟାଇମ୍) : କଟକ ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ ଯେ, କଟକ ତୁଳସୀପୁରରେ ଥିବା ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛିନ୍ତି । ନିଆଁ ଲିଭା କାର୍ଯ୍ୟରେ ୬ଟି ଦମକଳ ବାହିନୀ ଲାଗିଛନ୍ତି । ହାଇଡ୍ରୋଲିକ୍ ସିଡି ସହାୟତାରେ ରୋଗୀ ହସ୍ପିଟାଲ ମଧ୍ୟରୁ ଉଦ୍ଧାର କରାଯାଉଛି ।

Leave a Reply

Your email address will not be published. Required fields are marked *