ଓଲଟିଲା ଗୋରୁ ବୋଝେଇ ଭ୍ୟାନ, ୫ ଗୋରୁ ମୃତ

ଭଦ୍ରକ, (ଓଡିଶା ଟାଇମ୍) : ଭଦ୍ରକ ଜିଲା ଭଦ୍ରକ -ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଗୋରୁ ଚାଲାଣ ବେଳେ ପିକଅପ ଭ୍ୟାନ ଓଲଟିପଡି ଥିବା ଜଣାପଡ଼ିଛି। ଭ୍ୟାନ ଓଲଟି ପଡ଼ିବାରୁ ଗାଡ଼ିରୁ ଅନ୍ୟ ୨୦ଟି ଗୋରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଫେରାର ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *