କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ ।
କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।
ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ, ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି । ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିପାରିବେ ।