ବନ୍ଧନ ବ୍ୟାଙ୍କ ପକ୍ଷରୁ ଭାରତୀୟ ସେନାକୁ ବ୍ୟାଙ୍କ ସେବା ପ୍ରଦାନ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ଅନ୍ୟତମ ଯୁବ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବନ୍ଧନ ବ୍ୟାଙ୍କ ସୌର୍ୟ ବେତନ ଖାତା ପାଇଁ ଭାରତୀୟ ସେବା ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ଯେଉଁଥିରେ ଭାରତୀୟ ସେନାର ବୀର ଯବାନଙ୍କ ପାଇଁ ଅଗ୍ରାଧିକାର ବ୍ୟାଙ୍କିଙ୍ଗ୍ ସେବା ରହିଛି ।ନୂଆଦିଲ୍ଲୀରେ ଲେଫ୍ଟନାଂଟ୍ ଜେନେରାଲ୍ ହର୍ଷ ଗୁପ୍ତା (ଏଭିଏସଏମ, ୱାଇଏସ୍ଏମ୍, ଭିଏସ୍ଏମ)ଙ୍କ ଉପସ୍ଥିତିରେ ଲେଫଟନାଂଟ୍ ଜେନେରାଲ୍ ରବିନ୍ ଖୋସଲା (ଏଭିଏସଏମ, ଏସଏମ, ଭିଏସଏମ), ଡିଜି (ଏମପି ଆଣ୍ଡ ପିଏସ), ଭାରତୀୟ ସେବା ଓ ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ଚନ୍ଦ୍ରଶେଖର ଘୋଷ ଏମ୍ଓୟୁରେ ସ୍ୱାକ୍ଷର କରିଛନ୍ତି ।ବନ୍ଧନ ବ୍ୟାଙ୍କ ସୌର୍ୟ ବେତନ ଖାତାରେ ବ୍ୟାଙ୍କର ନେଟ୍ୱର୍କରେ ଥିବା ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଜରିଆରେ ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କୁ ସେବା ପ୍ରଦାନ କରାଯିବ ।

ଏହି ଖାତାରେ ଅନେକ ପ୍ରକାର ସୁବିଧା ଯଥା ଜିରୋ ବାଲାନ୍ସ ସୁବିଧା ସହ ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ଉପରେ ୬% ସୁଧ, ସବୁ ଏଟିଏମ୍ରେ ଅସୀମିତ ଏଟିଏମ୍ କାରବାର, ସୌର୍ୟ ଭିସା ପ୍ଲାଟିନମ ଡେବିଟ୍ କାର୍ଡ ଜାରି କରିବା ଏବଂ ବାର୍ଷିକ ଶୁଳ୍କ ଉଚ୍ଛେଦ ଏବଂ ଅସୀମିତ ଏନଇଏଫଟି/ଆରଟିଜିଏସ/ଆଇଏମପିଏସ/ଡିଡି କାରବାର ଆଦି ସୁବିଧା ମିଳିବ । ବନ୍ଧନ ବ୍ୟାଙ୍କ ସୌର୍ୟ ବେତନ ଖାତା ଆତ୍ମ ଓ ସମ୍ପତି ସୁରକ୍ଷା ପ୍ରଦାନ କରୁଛି । ଏଥିରେ ୩୦ ଲକ୍ଷ ଟଙ୍କାର ନିଶୁଳ୍କ ବ୍ୟକ୍ତିଗତ ଦୁର୍ଘଟଣା ବୀମା, ୧ କୋଟି ଟଙ୍କାର ବିମାନ ଦୁର୍ଘଟଣା ବୀମା ଏବଂ ଖାତା ଧାରକଙ୍କ ଦୁର୍ଘଟଣା ଜନିତ ମୃତୁ୍ୟ ହେଲେ ତାଙ୍କ ନିର୍ଭରଶୀଳ ପିଲାଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ପାଠପଢ଼ା ଲାଗି ପ୍ରତିବର୍ଷ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଖାଏଁ ସୁବିଧା ପ୍ରଦାନ କରାଯିବ ।

ଏହି ଅବସରରେ ଲେଫ୍ଟନେଂଟ୍ ଜେନେରାଲ୍ ରବିନ୍ ଖୋସଲା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କକୁ ସ୍ୱାଗତ କରି ଆମେ ଉଲ୍ଲସିତ । ସେମାନଙ୍କର ସର୍ବଭାାରତୀୟ ଉପସ୍ଥିତି ଓ ବିବିଧ ପ୍ରକାରର ବ୍ୟାଙ୍କିଙ୍ଗ୍ ଉତ୍ପାଦ ଓ ସେବା ଆମର ଯବାନମାନଙ୍କୁ ଚିନ୍ତାମୁକ୍ତ ବ୍ୟାଙ୍କିଙ୍ଗ୍ ସେବା ହାସଲ କରିବାରେ ସହାୟକ ହେବ । ବନ୍ଧନ ବ୍ୟାଙ୍କ ସହ ଆମେ ଏକ ଦୀର୍ଘମିଆଦୀ ଓ ଫଳପୂର୍ଣ୍ଣ ସହଯୋଗିତାକୁ ଚାହିରହିଛୁ ।’’ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ଭାରତୀୟ ସେନାର ବୀର ଯବନାମାନଙ୍କୁ ସେବା ପ୍ରଦାନ କରିବା ଲାଗି ଏହି ସୁଯୋଗ ମିଳିବା ବନ୍ଧନ ବ୍ୟାଙ୍କ ପାଇଁ ଗୌରବର ବିଷୟ । ଏକ ଯୁବ ବ୍ୟାଙ୍କ ଭାବେ ଆମ ପାଇଁ ଏହା ଶ୍ରେଷ୍ଠ ସମ୍ମାନ ଯେ ଭାରତୀୟ ସେନା ନିଜର ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପାଇଁ ଆମକୁ ଚୟନ କରିଛି । ଯେଉଁମାନେ ସର୍ବଦା ଦେଶକୁ ସାମ୍ନାରେ ରଖନ୍ତି ସେମାନଙ୍କୁ ସେବା ପ୍ରଦାନ କରିବା ଲାଗି ବ୍ୟାଙ୍କର ସମସ୍ତ ଷ୍ଟାପ୍ ସଦସ୍ୟ ଚାହିଁରହିଛନ୍ତି ।

Leave a Reply

Your email address will not be published. Required fields are marked *