୯ ମାସ ପରେ ଖୋଲିଲା ଶ୍ରୀ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲିଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କୋଭିଡ କଟକଣା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଆଜିଠାରୁ  ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତ ପରିବାରକୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ଜାନୁଆରୀ ପହିଲା ଓ ୨ ତାରିଖ ଦୁଇ ଦିନ ପାଇଁ ମନ୍ଦିର ବନ୍ଦ ରହିବ କିନ୍ତୁ କେବଳ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ଜାନୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନାଗରିକ ମାନଙ୍କୁ କଡାକଡି କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ। ତେବେ ନାଗରିକ ମାନଙ୍କୁ ଗତ ୫ ଦିନ ମଧ୍ୟରେ ପାଇଥିବା କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ ପଡିବ। ଜାନୁଆରୀ ୬ ତାରିଖ ଠାରୁ ରାଜ୍ୟ ଏବଂ ଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ କୋଭିଡ-୧୯ ସୁରକ୍ଷା ମାର୍ଗ ଦର୍ଶୀକା ଅନୁସାରେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ।

ସେହିପରି ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏକ ସମୟରେ ସିଂହଦ୍ବାର ଠାରୁ ଆଡକାଠ ପର୍ୟ୍ୟନ୍ତ ସର୍ବାଧିକ ୫୦୦ ଭକ୍ତଙ୍କୁ ଭିତରକୁ ଛଡାଯିବ । ଏହି ସମୟ ମଧ୍ୟରେ ସ୍ନାନ ଦର୍ଶନ ଓ ଗର୍ଭଗୃହ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ପରବର୍ତ୍ତି ସମୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବାଧିକ ଭକ୍ତଙ୍କୁ ଭିତରକୁ ଛଡାଟିବା ସଂପର୍କରେ ନିଷ୍ପତ୍ତି ନିଆଯିବ। ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଟିଂ କରି ପୁଲିସକୁ ହସ୍ତାନ୍ତର କରାଯିବ। ପୁଲିସ ଏହାକୁ ନିୟନ୍ତ୍ରଣ କରିବା ସହ କଟକଣା ମଧ୍ୟରେ ଜନସାଧାରଣ ଯାତାୟତ ନିୟନ୍ତ୍ରଣ କରିବ।

Leave a Reply

Your email address will not be published. Required fields are marked *