ଜେଲରେ ଆଇନଜୀବୀଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜେଲ୍‌ରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୀପ ପାଣିଗ୍ରାହୀ ଓକିଲଙ୍କୁ ଜେଲ୍‌ରେ ଭେଟିବାକୁ ଅନୁମତି ଦେଇଛନ୍ତି କୋର୍ଟ । ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋଭିଡ ଗାଇଡଲାଇନ୍ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀଙ୍କୁ ଓକିଲଙ୍କୁ ଭେଟିବାକୁ ଦିଆଯାଉନଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

ଅଭୟକାନ୍ତ ପାଠକଙ୍କ ଲିଙ୍କ୍ ଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ସେବେଠାରୁ ଜେଲ୍‌ରେ ଅଛନ୍ତି ପ୍ରଦୀପ । ତେବେ ଜେଲ୍‌ରେ  କୋଭିଡ଼ ଗାଇଡ଼ଲାଇନ୍‌ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲଙ୍କୁ ଭେଟିବାକୁ ଦିଆଯାଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ହାଇକୋର୍ଟ ରିଟ୍‌ ଆବେଦର ଶୁଣାଣି କରି ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ  ।

Leave a Reply

Your email address will not be published. Required fields are marked *