ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋଦ୍ ନଡ୍ଡା ସୂଚନା ଦେଇଛନ୍ତି। ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି।

ଟ୍ବିଟ୍‌ କରି ଶ୍ରୀ ନଡ୍ଡା ଲେଖିଛନ୍ତି ଯେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ତେଣୁ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ। ଯେଉଁଥିରେ ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ଏବଂ ଡାକ୍ତର ମୋତେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜକୁ ଆଇସୋଲେସନ୍‌​‌େ​‌ର ରଖିବା ସହ ନିଜର କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ ବୋଲି ଶ୍ରୀ ନଡ୍ଡା ଟ୍ବିଟ୍‌ ଯୋଗେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *