ବିନା ଭକ୍ତରେ ଶକ୍ତିପୀଠରେ ଚାଲିଛି ନବରାତ୍ରୀ ପୂଜା

ପାତ୍ରପୁର , (ଓଡିଶା ଟାଇମ୍) :ପାତ୍ରପୁର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା କୁରେଇସୁଣି ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର ଅନ୍ୟ ତମ ଦେବୀ ପୀଠ ତୁରିବୁଡି ପଞ୍ଚାୟତର ନୁଆଁଗଡ଼ ଗ୍ରାମରେ ଥିବା କୁରେଇସୁଣି ଠାରେ ଗତରାତ୍ର ବାହୁଦା ନଦୀରୁ ପୂଜା ପାଠ କରି ଚାଙ୍ଗୁଡ଼ି ରେ ବାଲି ସଂଗ୍ରହ କରାଯାଇଥିଲା। ଆଜି ଦୁଇଟି ବାଉଁସ ଘଷି ସେଥିରୁ ଅଗ୍ନି ବାହାର କରି ସେହି ଅଗ୍ନିରେ ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ କରାଯିବ। ପଞ୍ଚମୀ ତିଥିରେ ପଞ୍ଚ ବୁରୀୟ। ମୁଗ କୋଲଥ ଧାନ ବିରି ପ୍ରଭୁତି କୁ ତତଲା କରେଇ ରେ ଭାଜି ପୂର୍ବରୁ ନଦୀରୁ ଅଣା ଯାଇ ଚାଙ୍ଗୁଡ଼ିରେ ଥିବା ବାଲିରେ ଗଜା ପକାଯିବ । ମହାଷ୍ଟମୀ ଦିନ ଜାନୀକୁ ପ୍ରଭୁ ସଵାରୀ ହୋଇ କଣ୍ଟା ପିଢ଼ାରେ ବସି ପ୍ରଥମେ ସୁରଙ୍ଗୀ ରାଜାଙ୍କ ମୁଦ (ପ୍ରଶ୍ନ)ର ଉତ୍ତର ଦେବା ପରେ ଅନ୍ୟ ଭକ୍ତଙ୍କ ପ୍ରଶ୍ନର ଉତ୍ତର ଦେବେ ବ୍ୟବସ୍ଥା ପ୍ରଚଳିତ ଅଛି। ୨୪ତାରିଖରେ ନିଆଁରେ ଚାଲିବ। କଣ୍ଟା ଦୋଳିରେ ଝୁଲିବା ସହ ପ୍ରଭୁଙ୍କ ଖଣ୍ଡା ଗ୍ରାମ ପରିକ୍ରମା କରିବା ପରେ ବିସର୍ଜନ କରା ଯିବ।

ସୁରଙ୍ଗୀର ତତ୍କାଳୀନ ଜମିଦାର ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଦେବୀ କୁରେଇସୁଣିଙ୍କ ମହିମା ଅପାର ବୋଲି ପ୍ରବାଦ ରହିଛି। ଏହି ପୀଠରେ ଅପୁତ୍ରିକ ସନ୍ତାନ ପ୍ରାପ୍ତି ହେବା ସହ ବିଭନ୍ନ ଦୁରାରାଗ୍ୟ ବ୍ୟାଧିଗ୍ରସ୍ତ ପ୍ରଭୁଙ୍କ ଆଜ୍ଞା ପ୍ରାପ୍ତି ହୋଇ ଫଳ ପ୍ରାପ୍ତି ହୋଇ ଥାଆନ୍ତି। ପ୍ରତି ବର୍ଷ ଆଶ୍ଵିନ ମାସରେ ମାଆଙ୍କୁ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥାଏ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରୁ ଭକ୍ତ ମାନେ ନିଜର ମାନସିକ ପୁରୁଣ ପାଇଁ ଏହିପୀଠକୁ ଆସୁଛନ୍ତି। ଏହି ପୀଠକୁ ରାସ୍ତା ଘାଟ ନଥିବା ବେଳେ ପୂର୍ବରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଥିଲା। ଏପରିକି ପକ୍କା ରାସ୍ତା ଟିଏ ନଥିବା ବେଳେ ପାନୀୟ ଜଳ ଏବଂ ରହିବା ସୁବିଧା ନଥିଲା। ପୀଠକୁ ଏବେ ପକ୍କା ରାସ୍ତା ବିଭିନ୍ନ ଦିଗରୁ ନିର୍ମାଣ କରାଯାଇଛି। ଚଳିତ ବର୍ଷ ଗଜପତି ଜିଲ୍ଲା ମହେନ୍ଦ୍ର ଗଡକୁ ପୀଠ ଠାରୁ ନୂତନପ୍ରଶସ୍ତ ରାସ୍ତା ସଂଯୋଗ ହୋଇଛି। ପୀଠ ନିକଟରେ ପୁରାଣ ବର୍ଣ୍ଣିତ(ଅମରକୋଷ) ବାହୁଦା ନଦୀରେ ବାଘଲଟି ଡ୍ୟାମ ନିର୍ମାଣ ହେବ ଫଳରେ ପର୍ଯ୍ୟଟକ ମାନଙ୍କ ଭିଡ ବର୍ଷ ତମାମ ଲାଗିରହୁଛି। ପର୍ଯ୍ୟଟକ ମନେ ଦେବୀ ପୂଜା ସହ ଜଳଭଣ୍ଡାର ଦେଖି ବଣ ଭୋଜିର ମଜା ନେଇ ଥାଆନ୍ତି।

ଏଥି ନିମନ୍ତେ ବର୍ଷର ଶୀତ ଦିନକୁ ଅପେକ୍ଷା କରି ଭକ୍ତମାନେ ସହସ୍ରାଧିକ ପର୍ଯ୍ୟଟକ, ସ୍କୁଲ ପିଲା ଦେବୀ ଦର୍ଶନ ସହ ବଣ ଭୋଜି ର ମଜା ନେବାକୁ ଆସି ଥାଆନ୍ତି। ମନ୍ଦିର ଠାରୁ ଅନତି ଦୂର ତିନି ପାର୍ଷରେ ଜଙ୍ଗଲ ରହିଛି। ପୂର୍ବରୁ ଏହିଠାରେ ଥିବା ରାଜାଙ୍କ ଗଡର ଚିହ୍ନ ବର୍ଣ୍ଣ ହଜିଯାଇଛି। ଏବେ ପୂର୍ବରୁ ଥିବା ଗଡ଼ଖାଇ ର କିଛି ଅଂଶ ବାଉଁଶ ବୁଦା ଘୋଡେଇ ରହିଛି ଯାହାକି କାହାରି ନଜରରେ ଆସୁନାହିଁ। ଏହିପୀଠକୁ ଆସିବାକୁ ହେଲେ ବ୍ରହ୍ମପୁର ଠାରୁ ସଡକ ପଥରେ ୬୭ କିଲୋମିଟର ଯିବାକୁ ପଡେ।

Leave a Reply

Your email address will not be published. Required fields are marked *