ଦେଶରେ କରୋନା ସଂକ୍ରମଣ ୬୯ ଲକ୍ଷ ଟପିଲା, ୭୦ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୭୦ ହଜାର ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୯୬୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୯ ଲକ୍ଷ ୬ ହଜାର ୧୫୨କୁ ବୃଦ୍ଧି ପାଇଛି। ୫୯ ଲକ୍ଷ ୬ ହଜାର ୭୦ ଜଣ କରୋନାରୁ ଆରୋଗ୍ୟ ହେଲେଣି। ତେବେ ଦେଶରେ ସକ୍ରିୟ ମାମଲା ୯ ଲକ୍ଷରୁ ତଳକୁ ଖସି ଯାଇଛି।

ଲଗାତାର ୧୭ ଦିନ ଧରି ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍‌ ରହିବାପରେ ଆଜି ସକ୍ରିୟ ମାମଲା ପୁଣି ୯ ଲକ୍ଷରୁ କମ୍‌ ରହିଛି। ଦେଶରେ ଏବେ ମୋଟ୍‌ ୮ ଲକ୍ଷ ୯୩ ହଜାର ୫୯୨ ସକ୍ରିୟ ମାମଲା ରହିଛି। କିନ୍ତୁ ମହାରାଷ୍ଟ୍ର, ତାମିଲନାଡ଼ୁ,ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ ମହାମାରୀ ଯୋଗୁଁ ସର୍ବାଧିକ ପ୍ରଭାବିତ।

ଦେଶରେ ଏବେ ୨୨ ରାଜ୍ୟର କୋଭିଡ୍‌ ପଜିଟିଭ୍‌ ହାର ଜାତୀୟ ହାରଠାରୁ କମ୍‌ ରହିଛି। ପ୍ରାୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପ୍ରତି ଦିନ ପ୍ରତି ୧୦ ଲକ୍ଷରେ ୧୪୦ରୁ ଅଧିକ ନମୁନା ପରୀକ୍ଷା କରୁଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଜାତୀୟ ପଜିଟିଭ୍‌ ହାର ଗତ ୧୧ ଦିନ ମଧ୍ୟରେ ୮.୨ ପ୍ରତିଶତକୁ କମିଯାଇଛି। ଏବେ ୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ୍‌ ହାର ୫ ପ୍ରତିଶତରୁ କମ୍‌ ରହିଛି। ତେବେ ୨୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପଜିଟିଭ୍‌ ହାର ଜାତୀୟ ହାରାହାରିଠାରୁ ଅଧିକ ରହିଛି।

ଭାରତ ପ୍ରତି ୧୦ ଲକ୍ଷରେ ୬୦ ହଜାର ୩୨୩ ନମୁନା ପରୀକ୍ଷା କରୁଥିବା ବେଳେ ଆମେରିକା ପ୍ରତି ୧୦ ଲକ୍ଷରେ ୩ ଲକ୍ଷ ୪୪ ହଜାର ୮୫୮ ଏବଂ ବ୍ରାଜିଲ୍‌ ପ୍ରତି ୧୦ ଲକ୍ଷରେ ୮୪ ହଜାର ୫୧ ନମୁନା ପରୀକ୍ଷା କରିଛି।

Leave a Reply

Your email address will not be published. Required fields are marked *