ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ବିଏମସିର ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର, (ଓଡିଶା ଟାଇମ୍) : ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ବିଏମସି ପକ୍ଷରୁ ବିଶେଷ ବ୍ୟବସ୍ଥାମାନ କରାଯାଇଛି । ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ ନିରୀକ୍ଷକ ରହିବେ ।

ସବୁ କେନ୍ଦ୍ରରେ ମୋବାଇଲ ଟିମ, ପୋଲିସ ଟିମ୍, ସାନିଟାଇଜରର ବ୍ୟବସ୍ଥା କରାଯିବ । ଯିବା ଆସିବା ବେଳେ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ । ଭିଡ ଏଡାଇବାକୁ ମାଇକ ଯୋଗେ ସଚେତନ କରାଯିବ । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ ।

ଭିଡ ନିୟନ୍ତ୍ରଣ ପାଇଁ କେନ୍ଦ୍ରରେ ପୋଲିସ ମୁତୟନ ହେବେ । ପରୀକ୍ଷା ନେଇ ବିଏମସିର ମିଳିତ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *