ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ୍। ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର। ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା-ମାଆ। ଏପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍ସିକ ସେଣ୍ଟରରେ ବିକାଶ, ପପୁ ଏବଂ ଦୀପକ ହାଜର ହୋଇଛନ୍ତି।
ଗତକାଲି ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇତୁଡାଇ ପ୍ରଶ୍ନ କରିଥିଲା। କିଛିଦିନ ତଳେ ଆଦିତ୍ୟଙ୍କ ବାପା-ମାଆ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିଲେ। ଆମକୁ ନ୍ୟାୟ ଦରକାର ବୋଲି ସେହି ଭିଡିଓରେ ସେମାନେ କହିଥିଲେ। ପୁଣି ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପରିବାର।
ସୂଚନାଯୋଗ୍ୟ, ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଏହି ମାମଲାରେ ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟା ଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ବ ପ୍ରଶ୍ନ ପଚାରା ଯାଇଥିଲା। ଆଜି ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି।