ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର, (ଓଡିଶା ଟାଇମ୍) :  ସାରା ବିଶ୍ୱରେ ଏବେ କରୋନା କାୟା ମାଡିଚାଲିଛି । ଏଥିରେ ଛାତ୍ରଛାତ୍ରୀମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଏଥିପାଇଁ ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ  ଅନୁରୋଧ କରିଛନ୍ତି।

 

କରୋନା ଯୋଗୁ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ। ବିଭିନ୍ନ ସ୍ଥାନରେ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ମଧ୍ୟ ଯାତାୟତରେ ସମସ୍ୟା ସୃଷ୍ଟି କରିବ। ଓଡ଼ିଶାର ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ନିଟ୍‌ ଓ ଜେଇଇ ପରୀକ୍ଷା ଦେବାରେ ସମସ୍ୟା ଦେଖାଦେବ। ଦୁର୍ଗମ ଅଞ୍ଚଳରୁ ଯାଇ ଦୂରରେ ପରୀକ୍ଷା ଦେବା ଅସୁବିଧା ହେବ। ଓଡ଼ିଶାର ୩୦ଟି ଜିଲାରେ ପରୀକ୍ଷା କେନ୍ଦ୍ର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିଲେ ଉଲ୍ଲେଖ କରିଛନ୍ତି। ୩୦ଟି ଜିଲାରେ ପରୀକ୍ଷା କେନ୍ଦ୍ର ହେଲେ ଛାତ୍ରଛାତ୍ରୀମାନେ ୨/୩ଘଣ୍ଟାରେ ଯାଇ ଫେରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ହେବାକୁ ଥିବା ନିଟ୍ ଏବଂ ଜେଇଇ ଧାର୍ଯ୍ୟ ସୂଚୀ ଅନୁସାରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସବୁଜ ସଙ୍କେତ ଦେଇଥିଲେ । ନିଟ୍ ଏବଂ ଜେଇଇ ପରୀକ୍ଷା ଆୟୋଜନ ବିରୋଧରେ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଅବଗତ କରାଇବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲା ।

ଅବେଦନକୁ ଖାରଜ କରିବା ସହ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, କ’ଣ ଦେଶରେ ସବୁକିଛି ବନ୍ଦ କରିଦିଆଯିବ? ଏପରି ଏକ ମୂଲ୍ୟବାନ ବର୍ଷକୁ କ’ଣ ନଷ୍ଟ କରିଦିଆଯିବ? ଆବେଦନରେ କୋଭିଡ-୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା ।

Leave a Reply

Your email address will not be published. Required fields are marked *