ଭାରତରେ ଆଜି ଲଞ୍ଚ ହେବ ସାମସଙ୍ଗ ଗାଲାକ୍ସି M31s
ଭୁବନେଶ୍ୱର, (ଓଡିଶା ଟାଇମ୍): ସାମସଙ୍ଗ ଗାଲାକ୍ସି ଏମ୩୧ଏସ୍ ସ୍ମାର୍ଟଫୋନ୍ ଗୁରୁବାର ଦ୍ୱିପ୍ରହର ୧୨ଟା ସମୟରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଅପକମିଂ ସ୍ମାର୍ଟଫୋନକୁ ନେଇ କମ୍ପାନୀ ପକ୍ଷରୁ ଏକ ଟିଜର ଜାରି କରାଯାଇଛି ।
କମ୍ପାନୀର ସୂଚନାନୁସାରେ ଏହି ସ୍ମାର୍ଟଫୋନରେ ୬,୦୦୦ mAh ବ୍ୟାଟେରୀ, ୬୪ MP କ୍ୱାଡ ରିୟର କ୍ୟାମେରା ଯୁକ୍ତ ସେଟଅପ୍ ଉପଲବ୍ଧ ରହିଛି । ଏହି ସ୍ମାର୍ଟଫୋନ ଚଳିତ ବର୍ଷ ଫେବୃଆରୀ ମାସରେ ଲଞ୍ଚ ହୋଇଥିବା ଗାଲାକ୍ସି M31sର ଅପଗ୍ରେଡ୍ ।
ତେବେ କମ୍ପାନୀ ପକ୍ଷରୁ ଏହାର ଦାମ୍ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ ଆଜି ଦିନ ୧୨ଟା ସମୟରେ ଲଞ୍ଚିଂ ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ।
ଏହାଛଡା ଚଳିତ ବର୍ଷ ଫେବୃଆରୀ ମାସରେ ଲଞ୍ଚ ହୋଇଥିବା ଗାଲାକ୍ସି M31 କୁ ଦୁଇଟି ଓରିଏଣ୍ଟରେ ଲଞ୍ଚ କରାଯାଇଥିଲା । ତଦନୁଯାୟୀ ଗୋଟିଏ ଓରିଏଣ୍ଟରେ 6GB+64GB ଏବଂ ଅନ୍ୟଟି 6GB+128 GB ରହିଥିଲା । ସେହିପରି ବେସ୍ ଓରିଏଣ୍ଟର ମୂଲ୍ୟ ୧୫,୯୯୯ ଟଙ୍କା ଏବଂ ଟପ୍ ଓରିଏଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଥିଲା ।
ଲିକ୍ ସୁତ୍ର ଅନୁଯାୟୀ ଏହି ନୂଆ ସ୍ମାର୍ଟଫୋନରେ ୬୪ MP ପ୍ରାଇମେରୀ କ୍ୟାମେରା ସହ କ୍ୱାଡ କ୍ୟାମେରା ମିଳିବ । ଫ୍ରଣ୍ଟରେ ୩୨ MP କ୍ୟାମେରା ସେଲ୍ଫି ପାଇଁ ରହିବ ।
ଆହୁରି ମଧ୍ୟ ଏହି ସ୍ମାର୍ଟଫୋନ ଲଞ୍ଚ ହେବା ପରେ ଆମାଜନ୍ ଓ ସାମସଙ୍ଗ୍ ଇଣ୍ଡିଆ ୱେବସାଇଟ୍ ରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।