ଓଡ଼ିଶାର ଏହି ଜିଲ୍ଲାରେ ବଢ଼ିଲା କ୍ୱାରେଣ୍ଟିନ୍‌ ଅବଧି

ଗଜପତି, (ଓଡିଶା ଟାଇମ୍) : ଗଜପତି ଜିଲାରେ କ୍ବାରେଣ୍ଟାଇନ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲା ପ୍ରଶାସନ। ସୋମବାରଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ପୂର୍ବରୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ ଦିନ କରାଯାଇଛି। ୨୧ ଦିନ ମଧ୍ୟରେ କୌଣସି ଲକ୍ଷଣ ନ ବାହାରିଲେ ପ୍ରବାସୀମାନଙ୍କୁ ଘରକୁ ପଠାଇ ଦିଆଯିବ। ପରେ ସେମାନେ ୭ ଦିନ ହୋମ୍‌ କ୍ବାରେଣ୍ଟାଇନରେ ରହିବେ ବୋଲି ଗଜପତି ଜିଲାପାଳ ଅନୁପମ ସାହା କହିଛନ୍ତି।

ହୋମ୍‌ କ୍ୱାରେଣ୍ଟିନ୍‌ ଶେଷ ହେବା ପରେ ଆଉ ହଜାରେ ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *