ଡଃ. ଲକ୍ଷ୍ମୀକାନ୍ତ ସାହୁ ହେଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ

ଭୁବନେଶ୍ଵର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ଡା. ଲକ୍ଷ୍ମୀଧର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲର ଅଧୀକ୍ଷକ ଭାବେ ଡା. ବିରଞ୍ଚି ନାରାୟଣ ବାରିକଙ୍କୁ ଅବସ୍ଥାପିତ କରାଯାଇଛି। ଆଜି ଉଭୟ କାର୍ୟ୍ୟରେ ଯୋଗଦେବେ‌ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ପୁରୀ ସିଡିଏମ୍‌ଓ ଡା. ନୀଳକଣ୍ଠ ମିଶ୍ରଙ୍କୁ ବଦଳି କରାଯାଇ ରାଉରକେଲା ଜିଲା ହସ୍ପିଟାଲର ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲର ନିର୍ଦେଶକ ଏବଂ ଅଧୀକ୍ଷକ ପଦ କିଛି ଦିନ ହେଲା ଖାଲିପଡ଼ିଥିଲା। କରୋନା ଚିକିତ୍ସା ସମୟରେ ହସ୍ପିଟାଲ ମୁଖ୍ୟ ନଥିବା ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଉଥିଲା। ବୌଦ୍ଧ ଜିଲା ହସ୍ପିଟାଲରେ ସିଡିଏମ୍‌ଓ ଭାବେ କାର୍ୟ୍ୟ କରୁଥିବା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଏବଂ ଖୋର୍ଦ୍ଧା ଜିଲା ହସ୍ପିଟାଲର ଭେଷଜ ବିଶେଷଜ୍ଞ ଡା. ବାରିକଙ୍କୁ ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନା ଅନୁସାରେ ଗତ ମାସ ୨୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ପଦୋନ୍ନତି ହୋଇଥିବାବେଳେ ୩୦ ତାରିଖରେ ଅଧୀକ୍ଷକଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *