ଦୂରଦର୍ଶନରେ ସ୍ନାନ ପୂଣ୍ଣମୀର ସିଧାପ୍ରସାରଣ, ଓ୍ବେବ୍‌କାଷ୍ଟ କଥା ଭୁଲିଗଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଘରୋଇ କମ୍ପାନୀଙ୍କ ଚାପ, ଲବିକୁ ପଛରେ ପକାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ନାନପୂଣ୍ଣମୀର ସିଧା ପ୍ରସାରଣ ପାଇଁ ଦୂରଦର୍ଶନକୁ ଅନୁରୋଧ କରିଛନ୍ତି। ଏହାଦ୍ଵାରା ସ୍ନାନ ପୂଣ୍ଣମୀ ବେଳେ ପୁରୀରେ କେବଳ ଦୂରଦର୍ଶନ ଟିମ୍‌ ମୁତ୍ତୟନ ରହିବ। ଏହା ନିଜ କ୍ୟାରମରାରେ ଉତ୍ତଳନ କରିଥିବା ଚିତ୍ରକୁ  ନିଜ ନେଟ୍‌ୱର୍କରେ ପ୍ରସାରଣ କରିବା ସହ ରାଜ୍ୟର ଅନ୍ୟ ୧୦ଟି ଟିଭି ଚ୍ୟାନେଲ୍‌କୁ ମାଗଣାରେ ଭିଡିଓ ଫିଡ୍‌ ଯୋଗାଇବ।

ଗତ ଜୁନ୍‌୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କରୋନା ସଂକ୍ରମଣ ଭ୍ରରେ ପୁରୀରେ ସ୍ନାନ ପୂଣ୍ଣମୀର ସିଧା ପ୍ରସାରଣ ପାଇଁ ଅନେକ ଘରୋଇ ଟିଭି ସଂସ୍ଥାକୁ ଅନୁମତି ଦେବାକୁ ମନା କରି ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସମ୍ପୃକ୍ତ କାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ। ଏହି ଚିଠି ଅନୁସାରେ ରାଜ୍ୟର ଅନ୍ର ଟିଭି ଚ୍ୟାନେଲ୍‌  ଓ୍ବେବ୍‌ସାଇଟ୍‌‌କୁ ମାଗଣା ଭିଡିଓ ଫିଡ୍‌ ଯୋଗାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ବିଭାଗକୁ କହିଥିଲେ।  ହେଲେ ବିଭାଗ ଆଜିର ଚୀଠିରେ ଦୂର ଦର୍ଶନକୁ କେବଳ ରାଜ୍ୟର ୧୦ଟି ଟିଭି ଚ୍ୟାନେଲ୍‌କୁ ଫିଡ୍‌ ଦେବା ପାଇଁ ଉାଲ୍ଲେଖ କରିଥିବା ବେଳେ ଓ୍ବେବ୍ କାଷ୍ଟ ସମ୍ପର୍କରେ ନିରବ ରହିଛନ୍ତି।  

 

ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିଜସ୍ଵ ସିଧା ପ୍ରସାରଣ ସରଞ୍ଜାମ ଓ ଟେକ୍ନୋଲାଜି ନଥିବା ହେତୁ ଏହା ପୂର୍ବ ଭଳି ଏକ ନିର୍ଦିଷ୍ଟ ଘରୋଇ ପ୍ରଡକ୍ସନ୍‌ ସଂସ୍ଥାକୁ କାର୍ଯ୍ୟାଦେଶ ଟେକିଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ବିଜ୍ଞ ଅଧିକାରୀମାନେ ଏହି ସଂସ୍ଥାର ପୂର୍ବ ରେକର୍ଡ଼କୁ ଅନୁଧ୍ୟାନ କରି ଦୂରଦର୍ଶନକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିଚାର କରିଥିଲେ। ଓଡ଼ିଶା ଟାଇମ୍‌ ପକ୍ଷରୁ ପୂର୍ବରୁ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଦୂର ଦର୍ଶନହିଁ ଏକ ମାତ୍ର ନିରପେକ୍ଷ ବିକଳ୍ପ ବୋଲି ସ୍ପଷ୍ଟ କରାଯାଇଥିଲା। ସେହି ରିପୋର୍ଟ ପଢ଼ିବା ଲାଗି ଏହିଠାରେ କ୍ଲିକ୍‌ କରନ୍ତୁ। 

ଅନ୍ୟ ପକ୍ଷରେ ୫ ତାରିଖରେ ସ୍ନାନଯାତ୍ରାରେ ଭକ୍ତମାନେ ଯେଭଳି ଭିଡ ନଜମାଇବେ ସେଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ୪ତାରିଖ ସଂଧ୍ୟାରୁ ୧୪୪ଧାରା ଜାରି ପାଇଁ ସ୍ଥିର କରିଛି ।

ଯେଉଁ ୧୦ଟି ଟିଭି ଚ୍ୟାନେଲ୍‌ରେ ସିଧା ପ୍ରସାରଣ ହେବ ସେଗୁଡ଼ିକ ହେଲା କନକ ନ୍ୟୁଜ୍‌, ପ୍ରମେୟ ନ୍ୟୁଜ୍‌ସେଭେନ୍‌, ଓଟିଭି, ପ୍ରାର୍ଥନା, ଜୀ ଓଡ଼ିଶା, ଜୀ ସାର୍ଥକ, ନ୍ୟୁଜ୍‌ ୧୮ ଓଡ଼ିଆ, କଳିଙ୍ଗ ଟିଭି, ଏମ୍‌ବିସି ଟିଭି ଏବଂ ନନ୍ଦିଘୋଷ ଟିଭି।

Leave a Reply

Your email address will not be published. Required fields are marked *