କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡାଉନ୍ ଅବଧି, ଖୋଲିବ ହୋଟେଲ, ସିନେମା ହଲ୍

ନୂଆଦିଲ୍ଲୀ ,(ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକଡ଼ାଉନ୍ ଅବଧି ବଢ଼ିଲା । କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି।
କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍‌ଡାଉନ୍ ବଢାଇଛନ୍ତି। ଲକ୍‌ଡାଉନ୍‌ ୫.୦ର ଅବଧି ଜୁନ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରହିବ। କିନ୍ତୁ ଏହି ଲକ୍‌ଡାଉନ୍‌ରେ କଟକଣା ଆହୁରି କୋହଳ କରାଯାଇଛି।
ସେହିଭଳି ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ବି ମେଟ୍ରୋ ସେବା, ଜିମ୍, ସୁଇମିଂ ପୁଲ୍, ସିନେମା ହଲ ବନ୍ଦ ରହିବ।
ଗୃହ ମନ୍ତ୍ରଣାଳୟ କହିଛି ଯେ, ପ୍ରଥମ ପର୍ଯ୍ୟାୟ ଜୁନ୍ ୮ରୁ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଲୋକଙ୍କ ପାଇଁ ଖୋଲି ଦିଆଯିବ। ହୋଟେଲ୍, ରେସ୍ତୋରାଁ ଓ ଅନ୍ୟ ସୁବିଧା ଖୋଲିବାକୁ ଅନୁମତି ଦିଆଯାଇଛି। ସପିଂ ମଲ୍ ମଧ୍ୟ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି। ସରକାର ଏଥିପାଇଁ ନୂତନ ମାର୍ଗଦର୍ଶିକା ଜାରି କରିବେ।

ଦ୍ଵିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ୍, ଶିକ୍ଷା ସଂସ୍ଥା ଓ କୋଚିଂ ସଂସ୍ଥା ଆଦି ଖୋଲିବାକୁ ଅନୁମତି ଦିଆଯିବ। ଏଥିପାଇଁ ପ୍ରଥମେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ। ଏହା ପରେ ଯାଇ ନିଷ୍ପତ୍ତି ନିଆଯିବ।

ତୃତୀୟ ପର୍ଯ୍ୟାୟରେ ଅନ୍ତରାଷ୍ଟ୍ରୀୟ ଉଡାଣ, ମେଟ୍ରୋ ରେଲ୍, ସିନେମା ହଲ୍‌, ଜିମ୍, ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ଅନୁମତି ମିଳିବ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *