ଫେରନ୍ତାଙ୍କ ଲାଗି ଖାଦ୍ୟ ସୁରକ୍ଷା ଖୋଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟକୁ ଫେରିଥିବା ପ୍ରବାସୀ ତଥା ଦାଦନ ଶ୍ରମିକଙ୍କ ଲାଗି ଖାଦ୍ୟ ସୁରକ୍ଷା ଯୋଜନା ଖୋଲା ରହିଛି। ସେମାନେ ଚାହିଁଲେ ଖାଦ୍ୟ ସୁରକ୍ଷରା ଯୋଜନାରେ ହିତାଧିକାରୀଭାବେ ସାମିଲ୍‌ ହୋଇପାରିବେ ବୋଲି ରାଜ୍ୟ ମୁଖ୍ୟ ସଚିବ କହିଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡ ବୈଠକ ପରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି,  ରାଜ୍ୟରେ ଗତ  ଚାରି ମାସର ରାସନ୍ ବାବଦରେ‌ ୧୦.୧୬ ମେଟ୍ରି କ୍‌ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ ସରିଛି।  ମାର୍ଚ ୨୦୨୦ ପରେ ୩.୧୮ ଲକ୍ଷ ନୂଆ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ୍‌ କରାଯାଇଛି।  କିନ୍ତୁ ଏହି ସୁଯୋଗ ବନ୍ଦ କରାଯାଇ ନାହିଁ।

ଏବେ ନିଷ୍ପତ୍ତି ନିଆଯାଇଛି ଯେତିକି ଲୋକ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି ସେମାନଙ୍କ ଲାଗି ଆବଶ୍ୟକ ହେଲେ ନୂଆ ଖାଦ୍ୟ ସୁରକ୍ଷା କାର୍ଡ ବ୍ୟବସ୍ଥା କରାଯିବ। ନୂଆ ରାଜ୍ୟ କୋଟାରେ ତାଙ୍କୁ ସାମିଲ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଏହା ସହ ରାଜ୍ୟ ସରକାର ଗ୍ରାମାଞ୍ଚଳରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ବିଭିନ୍ନ ବିଭାଗରେ ୨୦ କୋଟି କାର୍ଯ୍ୟ ଦିବସ ସୃଷ୍ଟି କରିଛନ୍ତି।  କୃଷି, ହସ୍ତଶିଳ୍ପ ଏବଂ କ୍ଷୁଦ୍ର ଓ ମଧ୍‌ୟ ଶିଳ୍ପର ବିକାଶ ଲାଗି ୧୭ ହଜାର କୋଟି ଟଙ୍କାର  ଏକ ଖର୍ଚ ଖସଡ଼ା ପ୍ରସ୍ତୁତ କରିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *