ବୁଢ଼ାବଳଙ୍ଗରେ ନିର୍ମାଣାଧୀନ ସ୍ପାନ୍‌ ଭୁଶୁଡ଼ିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବାତ୍ୟା ଅମ୍ପନର ପ୍ରଭାବରେ ବାଲେଶ୍ଵରରେ ନିର୍ମାଣାଧୀନ ନଦୀବନ୍ଧର ଏକ ସ୍ପାନ୍‌ ଭୁଶୁଡ଼ିଛି। ବୁଢ଼ାବଳଙ୍ଗ ନଦୀ ଉପରେ ଏହି ସ୍ପାନ ନିର୍ମାଣ କରାଯାଉଥିଲା। ନଦୀର ଜଳପତନ ବଢ଼ିବା ଦ୍ଵାରା ଏହି ସ୍ପାନ ନିମାଣ ପାଇଁ ବନ୍ଧାଯାଇଥିବା ସେଣ୍ଟ୍ରିଙ୍ଗ୍‌ ଭାଙ୍ଗିପଡ଼ିଥିବା ଦେଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ବାଲେଶ୍ବରର ଫୁଲାଡିରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ଧିନ ସେଣ୍ଟରିଙ୍ଗ ଧସି ଯାଇଛି। ଅପରାହ୍ଣ ୫ଟା ବେଳେ ଏହି ସେଣ୍ଟ୍ରିଙ୍ଗ୍‌ ଭୁଶୁଡ଼ିଛି।   ବାତ୍ୟା ଅମ୍ପାନ ପରେ ନଦୀ ଜଳସ୍ତର ବଢିବାପରେ ସେଣ୍ଟରିଙ୍ଗ ଧସିଯାଇଥିବା ଜଣାପଡିଛି।ଫୁଲାଡି ରେ ନିର୍ମାଣ ଧିନ ସେତୁର ୬ଟି ସ୍ପାନ ରହିଛି।୫ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶେଷଟି ନିର୍ମାଣ ପାଇଁ ସେଣ୍ଟରିଙ୍ଗ କରାଯାଇଥିଲା।ଯାହାକି ହଟାତ ନଦୀର ପାଣି ବୃଦ୍ଧି ହେବା ପରେ ଧସି ଯାଇଛି।

Leave a Reply

Your email address will not be published. Required fields are marked *