ଲକ୍ଡାୁନ୍-୪: ରାତିରେ କର୍ଫ୍ୟୁ ବଳବତ୍ତର, ରାଜ୍ୟ ଚିହ୍ନଟ କରିବେ ଅବରୋଧ ଓ ବଫର୍ ଅଞ୍ଚଳ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍-୪ ଆଦେଶନାମାରେ ପୂର୍ବଭଳି ବିଭିନ୍ନ ସେବାଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଜୋନ୍ ନିର୍ଦ୍ଧାରଣରେ କିଛି ପରିବର୍ତ୍ତନ କରାଯାଇଛି। ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର କେଉଁ ଅତି ସଂକ୍ରମଣଶୀଳ ଅଞ୍ଚଳ, ସଂକ୍ରମଣଶିଳ ଅଞ୍ଚଳ ଏବଂ ଅଣ ସଂକ୍ରମିତ ଅଞ୍ଚଳ ଘୋଷଣା କରିବେ। ଅର୍ଥାତ୍ ରାଜ୍ୟ ସରକାର ଏଣିକି ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିବେ। ପୁଣି ଏହି ରେଡ୍ ଓ ଅରେଞ୍ଜ ଜୋନ୍ରେ ଆଉ ଦୁଇଟି ନୂଆ ଜୋନ୍ ଚିହ୍ନିତ ହେବ। ତାହା ହେଲା ଅବରୋଧ ( କଣ୍ଟେନ୍ମେଣ୍ଟ ଜୋନ୍) ଏବଂ ବଫର ଅଞ୍ଚଳ। ଏହିସବୁ ଅଞ୍ଚଳ ଷଘାଷଣା କରିବା ବେଳେ ରାଜ୍ର ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଠାିଥିବା ନିୟମାବଳୀକୁ ଆଧାର କରିବେ ବୋଲି କୁହାଯାଇଛି।
ଯେଉଁ ଅଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଛି ବା ଚିହ୍ନଟ କରାଯାଇଛି ସେଠାରେ ଆକ୍ଟିଭ୍ ସର୍ଭିଲାନ୍ସ, ଘରଠୁ ଘର ଯାଞ୍ଚ, ବ୍ୟାପକ ପରୀକ୍ଷଣ ଲାଗି ଅବରୋଧ ଜୋନ୍ ଘୋଷଣା କରାଯିବ। ଏହି ଅଞ୍ଚଳରୁ କାହାର ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗିବ। କେବଳ ଅତ୍ୟାବଶ୍ୟକ ସେବା ଓ ମେଡିସିନ୍ ଉପଲବ୍ଧ ହେବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ। କୌଣସି ପ୍ରକାରେ କେନ୍ଦ୍ର ସରକାରଙ୍କ ନିୟମାବଳୀକୁ ଉଲ୍ଲଙ୍ଘନ କରି ସରକାର ନୂଆ ନୀତି ଲାଗୁ କରିବେ ନାହିଁ।
ରାତିରେ କର୍ଫ୍ୟୁ
ଲକ୍ଡାଉନ୍-୩ ପରି ଆସନ୍ତା ୩୧ ତାରିଖ ଯାଏ ରାତିରେ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା୭ ପରେ ସମସ୍ତ ଯିବା ଆସିବା ଉପରେ କଟକଣା ଲାଗୁ ହେବ। କେବଳ ଜରୁରୀ ସେବାକୁ କେହଳ କରାଯାଇଛି। ସିଆରପିସି ଧାରା ୧୪୪ ଅନୁସାରେ ସ୍ଥାନୀୟ ଅଧିକାରୀ ଆବଶ୍ୟକ ଆଇନଗତ କଟକଣା ଜାରି କରିପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି।
ଯେଉଁ ସେବା ଓ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ ସେସବୁ ସେବା ଜନସାଧାରଣଙ୍କ ଲାଗି ଉପଲବ୍ଧ ହେବ। ସକାଳ ୭ରୁ ସନ୍ଧ୍ୟା ୭ ଯାଏ କୌଣସି କଟକଣା ରହିବ ନାହିଁ। ତେବେ ଅବରୋଧ ଜୋନ୍ରେ ଏସବୁ ଉପଲବ୍ଧ ହେବ ନାହିଁ।