ପ୍ରବାସୀ ଶ୍ରମକିଙ୍କ ଲାଗି ଶ୍ରମିକ ସ୍ପେଶାଲ୍‌‌; ଭୁବନେଶ୍ଵରକୁ ଗୋଟିଏ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ବିଭିନ୍ନ ସହରକୁ କାମ ସନ୍ଧାନ ପାଇଁ ଆସିଥିବା ଭିନ୍ନ ଭିନ୍ନ ରାଜ୍ୟର ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ସ୍ଵତନ୍ତ୍ର ଉଦ୍ୟମ କରିଛନ୍ତି ରେଳ ମନ୍ତ୍ରଣାଳୟ। ଏଥିଲାଗି ସ୍ଵତନ୍ତ୍ର ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ ଘୋଷଣା କରିଛନ୍ତି। ମଇ୧ ଶ୍ରମିକ ଦିବସରୁ ଏହି ଟ୍ରେନ୍‌ ଚଳାଚଳ ଆରମଭ ହେବ। ପ୍ରଥମ ପର୍ଯ୍ୟାୟରେ ୬ଟି ଟ୍ରେନ୍‌ ଏଥିଲାଗି ସ୍ଥିରୀକୃତ ହୋଇଛି। ଏହି ଟ୍ରେନ୍‌ ଗୋଟିଏ ପଏଣ୍ଟରୁ ଆରମ୍ଭ ହୋଇ ତାର ଗନ୍ତବ୍ୟସ୍ଥଳକୁ ଯିବ। ବାଟରେ କୌଣସି ସ୍ଥାନରେ ଅଟକିବ ନାହିଁ। ଯେଉଁ ୬ଟି ଟ୍ରେନ୍‌ ଆଜି ଚଳାଚଳ କରିବାକୁ ସ୍ଥିର ହୋଇଛି ସେଥିରୁ ଗୋଟିଏ ଟ୍ରେନ୍‌ ଭୁବନେଶ୍ଵରକୁ ରହିଛି। ଏହା କେରଳର ଆଲୁବାଠାରୁ ଭୁବନେଶ୍ଵର ଯାତ୍ରା କରିବ।

ଅନ୍ୟ ୫ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍‌ ହେଉଛି: ତେଲେଙ୍ଗାନାର ଲିଙ୍ଗାମପଲ୍ଲୀରୁ ଝାଡ଼ଖଣ୍ଡର ହାତିଆ। ଏହା ସକାଳ ସାଢ଼େ ୪ଟା ବେଳୁ ଲିଙ୍ଗମେପଲ୍ଲୀରୁ ଯାତ୍ରା ଆରମ୍ଭ କରି ସାରିଛି। ଠିକ୍‌ ସେହିପରି ଝାଡ଼ଖଣ୍ଡର ହତିଆକୁ ଆଉ ଏକ ଟ୍ରେନ୍‌ ରାଜସ୍ଥାନର କୋଟାରୁ ଆସିବ ବୋଲି ରେଳମନ୍ତ୍ରଣାଳୟ କହିଛନ୍ତି। ବିହାରର ପାଟଣାକୁ ଗୋଟିଏ ଟ୍ରେନ୍‌ ଜୟପୁରରୁ ଆସିବାକୁ ସ୍ଥିର ହୋଇଛି। ନାଶିକରୁ ଦୁଇଟି ଟ୍ରେନ୍‌ ଛାଡ଼ିବ। ଗୋଟି, ଲକ୍ଷ୍ନୌ ଏବଂ ଅନ୍ୟଟି ଭୋପାଳ ଅଭିମୁଖେ ଯାତ୍ରା କରିବ ବୋଲୀି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭୁବନେଶ୍ଵର ଆସିବାକୁ ଥିବା ଯ୍ୟେନ୍‌ ସନ୍ଧ୍ୟାରେ ପ୍ରସ୍ଥାନ କରିବ। 

ଏହି ଟ୍ରେନ୍‌ରେ ସୋଶଶଳ୍‌ ଡିଷ୍ଟାନ୍ସିଂ ଓ ସ୍ୟାନିଟାଇଜେସନ୍‌ ବ୍ୟବସ୍ଥା ରହିବ। ପୁଣି ଶ୍ରମିକଙ୍କୁ ସରଳୀକୃତ ଯାତ୍ରା ପାଇଁ ଦୁଇ ରାଜ୍ୟ ଭିତୋର ସଂଯୋଜନା ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସବୁ ଯାତ୍ରୀ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ। ସମସ୍ତଙ୍କ ଲାଗୁ ମାଗଣା ଯାତ୍ରା ଏବଂ ମାଗଣା ଭୋଜନ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ। ଯେଉଁ ରାଜ୍ୟରୁ ସେମାନେ ଯାତ୍ରା କରିବେ ସେମାନେ ଏହି ଖର୍ଚ ଗ୍ରହଣ କରିବେ। 

ଶ୍ରମିକମାନେ ଆସିବା ପରେ ସମ୍ପୃକ୍ତ ରାଜ୍ୟ ସରକାରଙକ୍ ପକ୍ଷରୁ ଯାଞ୍ଚ କରାଯିବ। କରୋନା ସ୍କ୍ରିନିଂ ପରେ ସେମାନଙ୍କୁ ୧୪ ଦିନର ବାଧ୍ୟତାମୂଳକ କ୍ଵାରେଣ୍ଟୀନରେ ରଖାଯିବ। 

 

Leave a Reply

Your email address will not be published. Required fields are marked *