ରାଜ୍ୟର ୩ ଜିଲ୍ଲା ରେଡ୍ ଜୋନ୍‌ରେ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନାର ସ୍ଥିତି ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହୋଇଛି ତାଲିକା। ଏଥିରେ ରାଜ୍ୟର ୩ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛନ୍ତି। ମେ ୩ରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରେଡ୍, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ ତାଲିକା ଘୋଷଣା ହୋଇଛି।

କେନ୍ଦ୍ରର ତାଲିକା ଅନୁସାରେ ଓଡ଼ିଶାର ୩ ଜିଲ୍ଲା ରେଡ୍, ୬ ଜିଲ୍ଲା ଅରେଞ୍ଜ୍  ଓ ୨୧ ଜିଲ୍ଲା ଗ୍ରୀନ୍ ଜୋନ୍ ମଧ୍ୟରେ ରହିଛି। ଭଦ୍ରକ, ବାଲେଶ୍ଵର ଓ ଯାଜପୁର ରେଡ୍ ଜୋନ୍ ଭିତରେ ରହିଥିବାବେଳେ ରେଡ୍‌ ଜୋନ୍‌ରୁ ଅରେଞ୍ଜ୍‌ ଜୋନ୍‌କୁ ଆସିଛି ଖୋର୍ଦ୍ଧା ଜିଲ୍ଲା। ସେହିପରି ଅରେଞ୍ଜ୍ ଜୋନରେ ଖୋର୍ଦ୍ଧା ସମେତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଜିଲ୍ଲା ଅନ୍ତର୍ଭୁକ୍ତ।  ରାଜ୍ୟର ଅନ୍ୟ  ୨୧ ଜିଲ୍ଲା ଗ୍ରୀନ୍ ଜୋନ୍ ତାଲିକା ଭିତରେ ରହିଛି। ଅନ୍ୟପକ୍ଷରେ ଦେଶର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସମେତ ସମସ୍ତ ମେଟ୍ରୋ ସିଟିକୁ ରେଡ୍ ଜୋନ୍ ତାଲିକାଭୁକ୍ତ କରାଯାଇଛି। ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦ ମଧ୍ୟ ରେଡ୍ ଜୋନ୍‌ ଭିତରେ ରହିଛି। ମୋଟ ଉପରେ ଦେଶର ୧୩୦ଟି ଜିଲ୍ଲାକୁ ରେଡ୍ ଜୋନ୍  ଘୋଷଣା କରାଯାଇଥିବା ବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ୍ ଓ ୩୧୯ ଜିଲ୍ଲା ଗ୍ରୀନ୍ ଜୋନ୍‌ ଭିତରେ ରହିଛନ୍ତି।

Leave a Reply

Your email address will not be published. Required fields are marked *