କୋଭିଡ୍-୧୯ ଖ୍ରୀଷ୍ଟ: ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିକୁ ୫ଲକ୍ଷ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ସାରା ରାଜ୍ୟରେ କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ସାମିଲ୍ ହୋଇ ସ୍ଥାନୀୟ ଲୋକ ସେବା ମାର୍ଗରେ ଅବସ୍ଥିତ ଖ୍ରୀଷ୍ଟ (ସମ୍ମିଳିତ) ମଣ୍ଡଳୀ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛି ।
ମଣ୍ଡଳୀ ପକ୍ଷରୁ ଏକ ପ୍ରତିନିଧି ଦଳ ବୁଧବାର ଦିନ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ କୁମାର ସ୍ୱାଇଁଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ।
ଓଡ଼ିଶା ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ନେଇଥିବା ସମସ୍ତ ପଦକ୍ଷେପକୁ ଆମ ମଣ୍ଡଳୀ ସ୍ୱାଗତ କରିବା ସହିତ ସମର୍ଥନ ମଧ୍ୟ ଜଣାଏ ଓ ଏଥିନିମନ୍ତେ ମଣ୍ଡଳୀର ସମସ୍ତ ଉପାସନା କାର୍ଯ୍ୟକ୍ରମକୁ ମାର୍ଚ ୧୫ ତାରିଖଠାରୁ ବନ୍ଦ ରଖା ଯାଇଛି ବୋଲି ମଣ୍ଡଳୀର ସମ୍ପାଦକ ପରେଶ ଦାସ କହିଛନ୍ତି ।ା
ମଣ୍ଡଳୀ ପକ୍ଷରୁ ଦାନ କରାଯାଇଥିବା ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା କୋଭିଡ୍-୧୯ ହସ୍ପିଟାଲ୍ ପରିଚାଳନା ନିମନ୍ତେ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଦାସ କହିଥିଲେ ।
ଏହି ପ୍ରତିନିଧି ଦଳରେ ମଣ୍ଡଳୀର ପାଳକ ଆଚାର୍ଯ୍ୟ ଅୟୁବ ଛିଂଚାଣୀ, ଆଚାର୍ଯ୍ୟ ସଂଗ୍ରାମ କେଶରୀ ସିଂ, ଚର୍ଚ୍ ବୋର୍ଡ୍ ସଭ୍ୟ ଶ୍ରୀ ବିଭୁତି ରଂଜନ୍ ସେନ୍ ଓ ଶ୍ରୀ ସାନ୍ତନୁ କୁମାର ରାଉତ, ଶ୍ରୀ ରାଜ୍ ଶେଖର ସାହୁ, ଶ୍ରୀ ରାଜ୍ବଲ୍ଲଭ ସୁପକାର, ଶ୍ରୀ ରଂଜନ୍ ନାୟକ, ଶ୍ରୀ ରଂଜନ୍ ଗାନ୍, ଶ୍ରୀ ଅମିତ ନାୟକ, ଶ୍ରୀ ସଂଜୟ ସାମନ୍ତରାୟ ଓ ଶ୍ରୀ ବି. ଅର୍ପନ୍ ଉପସ୍ଥିତ ଥିଲେ ।