‘’ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ସୁବ୍ରତୋ’

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତ କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଲୋକଙ୍କୁ ସୂଚନା ଦେବା ବଦଳରେ ବିଭ୍ରାନ୍ତ କରୁଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ରାଜ୍ର କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ। ସେ କହିଛନ୍ତି ସୁବ୍ରତୋ ୧୫ ତାରିଖ ଦିନ ଯେଉଁ ତଥା ରାଜ୍ୟବାସୀଙ୍କୁ ପ୍ରଦାନ କରିଛନ୍ତି ତାହା ସମ୍ପୂଣ୍ଣ ନିରାଧାର। ଏହି ତଥ୍ୟ କୌଣସି ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ଆଧାରିତ ନୁହେଁ। ଏହା ଲୋକଙ୍କୁ  ସୂଚନା ଦବୋ ବଦଳରେ ତାଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ବନ୍ଧୁମାନଙ୍କୁ ଏକ ଚିଠିରେ ସେ ଲେଖିଛନ୍ତି, 15 ଏପ୍ରିଲ 2020 ର ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ସରକାରଙ୍କ କୋଭିଡ -19 ମୁଖପାତ୍ର ସୁବ୍ରତୋ ବାଗଚି କହିଲେ ଯେ ” କୋଭିଡ-19 ଥରେ ସଂକ୍ରମିତ ହେଲେ ସେହି ବ୍ୟକ୍ତିଙ୍କୁ ସାରା ଜୀବନ ଆଉ କରୋନା ହେବ ନାହିଁ ”
ଆଜିର ଖବର କାଗଜ ରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି I
ଏହି ରୋଗକୁ ମାତ୍ର ତିନି ମାସ ଅତିକ୍ରମ କରିଛି I ଏହି ସମୟ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( WHO) କିମ୍ବା ବିଭିନ୍ନ ଦେଶ ର ସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ସଂଗଠନ, ଗବେଷଣା ସଂସ୍ଥା, ବୈଜ୍ଞାନିକ ଏବଂ ଡାକ୍ତର ମାନେ ଏହି ଭଳି କିଛି ତଥ୍ୟ ଆଧାରିତ ଏବଂ ବିଜ୍ଞାନ ସମ୍ମତ ସିଦ୍ଧାନ୍ତ କହିଛନ୍ତି ବୋଲି ମନେ ହେଉ ନାହିଁ l ସୁତରାଂ ସୁବ୍ରତୋ ବାଗଚି ଙ୍କ ବକ୍ତବ୍ୟ କେଉଁ ତଥ୍ୟ ଏବଂ ଗବେଷଣା ଉପରେ ଆଧାରିତ ତାର ଊଛ ସ୍ପଷ୍ଟ କରିବା ଦରକାର l ଏହିଭଳି ଏକ ବାର୍ତ୍ତା ଦେବା ଆଉ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିବ ନାହିଁକି ବୋଲି ପ୍ରଶ୍ନ କରିବା ସହ ସେ ଏହି ବକ୍ତବ୍ୟ ର ଆଧାର କଣ ସ୍ପଷ୍ଟ କରିବା ଦରକାର ବୋଲି ଦାବି କାରିଛନ୍ତି। ହେଲେ ସୁବ୍ରତୋ ଏହି ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ଏହା ପୂର୍ବରୁ ଏମିତି ଅନେକ ଯୁକ୍ତି ଓ ଅପ୍ରସଙ୍ଗକୁ ସୁବ୍ରତୋ ଉପସ୍ଥାପନ କରିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଲୋକଙ୍କୁ ଆତଙ୍କିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ବି ମତ ପ୍ରକାଶ ପାଇଛି ।

ପୂର୍ବରୁ ସେ ଲୋକଙ୍କୁ ଭୁତାଣୁକୁ ଏଡ଼ାଇବା ଲାଗି ବଜାରରୁ ପୋକା ବାଇଗଣ ପଛେ ହେଉ ଆଣିବା ପଲାଗି ପରାମର୍ଶ ଦେଇଥିଲେ।  ମାସ୍କ ପିନ୍ଧିବା ଲାଗି ଭୁତାଣୁ ୧୨ ଫୁଟ ଯାଏ ବ୍ୟାପେ ବୋଲି କହିଥିଲେ। ଏହା କେଉଁ ଗବେଷଣା ଉପରେ ଆଧାରିତ ତାହା ବି ଜଣାଇ ନଥିଲେ।  ଜଗନ୍ନାଥଙ୍କ ପରମ୍ପରା ସହ କୋଭିଡ୍‌ ବ୍ୟାପିବାକୁ ତୁଳନା କରିଥିଲେ। ଏ ବିଷୟକୁ ମିଡିଆରେ ରିପୋର୍ଟ ଓ ସମାଲୋଚନା ପ୍ରକାଶ ପାଇଛି।   ଏପରିକି ଜଣେ ଟେକ୍ନୋଲୋଜି ବ୍ୟବସାୟୀଙ୍କୁ ସରକାର ଏଭଳି ଏକ ଜନସ୍ଵାସ୍ଥ୍ୟ ବିଷୟରେ ତଥ୍ୟ ବଣ୍ଟନ ଲାଗି ବ୍ୟବହାର କରି ଗଣମାଧ୍ୟମକୁ ନ୍ୟୁନ କରିବାକୁ ଚାହିଁଛନ୍ତି ବୋଲି ଗଣମାଧ୍ୟମ ମହଲରେ ଚର୍ଚା ହୋଇଛି।

Leave a Reply

Your email address will not be published. Required fields are marked *