#OdishaFightsCorona: ଆଗେଇ ଆସିଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ଵର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି। ଏଥିପାଇଁ ସେ ତାଙ୍କ ଦ୍ୱାରା ପ୍ରସ୍ତୁତ ୫ଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ସେ ନିଲାମ କରିବାକୁ ଘୋଷଣା କରିଛନ୍ତି। ସେଥିରୁ ଲବ୍ଧ ଅର୍ଥ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଏନେଇ ସେ ନିଜର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରିଛନ୍ତି।

ଟ୍ୱିଟର୍‌ରେ ନିଲାମ ପାଇଁ ପ୍ରସ୍ତୁତ ୫ଟି ବାଲୁକା କଳାଚିତ୍ରର ଫଟୋ ସହ ସୁଦର୍ଶନ ସବିଶେଷ ସୂଚନା ଦେଇଛନ୍ତି। କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିବିଶେଷ ତାଙ୍କୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରକାଶଥାଉକି ସମ୍ପୃକ୍ତ ବାଲୁକା କଳା କାନ୍‌ଭାସ୍ ଆକ୍ରିଲିକ୍ ପେଣ୍ଟିଂ ମଧ୍ୟରେ ସୁଦର୍ଶନଙ୍କ ଅନେକ ଲୋକପ୍ରିୟ କୃତୀ ରହିଛି। ବେଳାଭୂମିରେ ଶୟନମୁଦ୍ରାରେ ରହିଥିବା ଅଳସୀ କନ୍ୟା, ବିଶ୍ୱଶାନ୍ତି ପାଇଁ ଧ୍ୟାନମଗ୍ନ ବୁଦ୍ଧ ମୂର୍ତ୍ତି, ସି-କିଙ୍ଗ୍ ଓ ମତ୍ସ୍ୟକନ୍ୟା, ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଥିବା ୩ ମାଙ୍କଡ଼ ଏବଂ ପ୍ରସ୍ତର କନ୍ୟା ଆଦି ବାଲୁକା କଳାକୃତିର ଚିତ୍ର ବିକ୍ରି ପାଇଁ ସୁଦର୍ଶନ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *