#କୋଭିଡ୍-୧୯: ବମିଖାଲ ଅଞ୍ଚଳ ସିଲ୍
ଭୁବନେଶ୍ଵର (ଓଟି): ମହାମାରୀ କରୋନା ଆତଙ୍କ ବଢ଼ିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଚିନ୍ତା ବଢ଼ିଯାଇଛି। ଏହିକ୍ରମରେ ରାଜଧାନୀର ବମିଖାଲ ଅଞ୍ଚଳରେ ୩ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସୂର୍ଯ୍ୟନଗର ଭଳି ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛନ୍ତି ଭୁବନେଶ୍ଵର ମହାନଗର ନିଗମ (ବିଏମ୍ସି) କର୍ତ୍ତୃପକ୍ଷ।
ସୂଚନା ଅନୁସାରେ ଏକାମ୍ର ସିନେମା ହଲ୍ଠାରୁ ଝାରପଡ଼ା କେନାଲ ରୋଡ୍ – ଦୁର୍ଗା ମଣ୍ଡପ ଏବଂ କଟକ-ପୁରୀ ରୋଡ୍ର କିଛି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତେବେ ସାରା ଭୁବନେଶ୍ଵର ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ ଭିତରେ ରହିଛି। ଅନୁରୂପ ଭାବେ ଦେଶରେ ଲକ୍ଡାଉନ୍ ମଧ୍ୟ ଜାରି ରହିଛି।