ଦାନ କରିଦେଲେ ୪୪୪ କୋଟି

ନୂଆଦିଲ୍ଲୀ (ଓଟି): ସାଧାରଣତଃ ଆମେ ୫ କି ୧୦ ଟଙ୍କା କାହାକୁ ସାହାଯ୍ୟ କରିବାକୁ କୁନ୍ଥକୁନ୍ଥ ହୋଇଥାଉ। ତେବେ ଜଣେ ଲକ୍ଷେ କି ଦି’ ଲକ୍ଷ ନୁହେଁ, ବରଂ ୪୪୪ କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଲେ। ଏକଥା ସହଜରେ ବିଶ୍ଵାସ ହେଉନଥିଲେ ବି ସତ। ସମ୍ପୃକ୍ତ ବିରଳ ଦାତା ହେଉଛନ୍ତି ହଲିଉଡ୍‌ର ଲୋକପ୍ରିୟ ଅଭିନେତା କିର୍କ ଡ଼ଗଲାସ।

ଓସ୍କାର ବିଜେତା ଆମେରିକୀୟ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ଓ ଲେଖକ ଥିଲେ କିର୍କ ଡଗଲାସ୍ ସମାଜର ବିଭିନ୍ନ ମଙ୍ଗଳ କାର୍ଯ୍ୟ ପାଇଁ କାମ କରୁଥିବା ଏକ ଟ୍ରଷ୍ଟକୁ ତାଙ୍କର ଏତେ ପରିମାଣର ସମ୍ପତ୍ତି ଦାନ କରିଛନ୍ତି। ଗତ ମାସ ୫ ତାରିଖରେ ପ୍ରାଣ ହରାଇଥିବା ଡଗଲାସ୍ ସ୍ପଷ୍ଟ ଭାବରେ ଲେଖି ଦେଇଥିଲେ ଯେ ତାଙ୍କ ପୁଅ ମାଇକେଲ୍ ଡଗଲାସ୍‌ ୨୧, ୮୬୦  କୋଟି ଟଙ୍କାର ମାଲିକ। ତେଣୁ ପୁଅର କୌଣସି ଅର୍ଥ ଅଭାବ ହେବ ନାହିଁ।  

ସୂଚନାଯୋଗ୍ୟ ଯେ ‘ସ୍ପାର୍ଟାକସ୍’ ଓ ‘ପାଥସ୍‌ ଅଫ୍ ଗ୍ଲୋରି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା କିର୍କ ଡଗଲାସ୍ ବେଶ ଲୋକପ୍ରିୟ। ୧୦୩ ବର୍ଷ ବୟସରେ ପ୍ରାଣ ହରାଇବା ପୂର୍ବରୁ ନିଜର ସମ୍ପତ୍ତି ଏକ ଟ୍ରଷ୍ଟ ନାଁରେ ସେ ଉଇଲ୍‌ କରିଦେଇଥିଲେ।

Leave a Reply

Your email address will not be published. Required fields are marked *