ହଟଗୋଳ କରୁଥିଲେ, ଗୃହରୁ ହଟିଲେ
ନୂଆଦିଲ୍ଲୀ (ଓଟି): ସଂସଦରେ କ୍ରମାଗତ ହେଉଥିବା ହଟ୍ଟଗୋଳ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲୋକସଭାରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି ଓମ ବିର୍ଲା। କାର୍ଯ୍ୟାନୁଷ୍ଠାନ ସ୍ଵରୂପ କଂଗ୍ରେସର ୭ ଜଣ ସାଂସଦଙ୍କୁ ଗୁରୁବାର ଲୋକସଭାରୁ ନିଲମ୍ଵନ କରାଯାଇଛି। ସମ୍ପୃକ୍ତ ନିଲମ୍ବିତ ସାଂସଦମାନେ ବାଚସ୍ପତିଙ୍କ ଚୌକି ନିକଟକୁ ଆସି ନାରାବାଜି କରୁଥିଲେ ଏବଂ ପୋଷ୍ଟର ଦେଖାଉଥିଲେ। ବାରମ୍ବାର ଏଭଳି ହଟ୍ଟଗୋଳ କରିବା ଫଳରେ ଗୃହ କାର୍ଯ୍ୟରେ ବଡ଼ ବାଧା ଉପୁଜିଥିଲା।
ନିଲମ୍ବିତ ସାଂସଦବୃନ୍ଦ
ଗୌରବ ଗୋଗୋଇ, ଟିଏନ ପ୍ରଥପନ, ଡିନ କୁରିକୋସ୍, ଆର ଉନ୍ନିଥନ, ମନିକମ ଟାଗୋର, ବେନି ବହନ ଓ ଗୁରଜିତ ସିଂହ ଔଜଲା।